ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇ ୮ ଗିରଫ

ଅହମ୍ମଦାବାଦ,୩୧।୩: ଗୁଜୁରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇବା ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ‘ମୋଦି ହାଟାଓ, ଦେଶ ବଞ୍ଚାଓ’ର ପୋଷ୍ଟର ଲଗାଯାଇଥିଲା। ତେବେ ମାମଲା ରୁଜୁ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମ ଆଦମୀ ପାର୍ଟି (ଏଏପି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଶବ୍ୟାପୀ ପୋଷ୍ଟର ଅଭିଯାନ ଆରମ୍ଭ କରିବାର ଗୋଟିଏ ଦିନ ପରେ ଏହି ଗିରଫଦାରୀ ଘଟିଛି।