ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ 9 ମାସର ଗର୍ଭବତୀ ମହିଳା

କନ୍ଧମାଳ ଜିଲ୍ଲା କୋଟଗଡ ଠାରେ ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଇଛନ୍ତି ୯ ମାସର ଗର୍ଭବତୀ । ଏଭଳି ଘଟଣା କନ୍ଧମାଳ ଜିଲା କୋଟଗଡ ଥାନାରେ ଦେଖିବାକୁ ମିଳିଛି। ଧାରଣା ଦେଇଥିବା ଗର୍ଭବତୀ ମହିଳା ଜଣଙ୍କ ସାଲକୀ ବୁଡାଗୁଡା ଗ୍ରାମର ପ୍ରିୟଙ୍କା ଉଠାଣ ସିଂ ବୋଲି ଜଣାପଡିଛ। ସ୍ବାମୀ ଉତ୍ତମ ଉଠାଣ ସିଂ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ସହ ମାରଧର କରୁଥିବା ନେଇ ଗତ ମାସରେ କୋଟଗଡ ପୋଷ୍ଟ ଅଫିସ ଜରିଆରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କରିବା ପରେ ବାରମ୍ବାର ଥାନାକୁ ଆସି ପୋଲିସକୁ କହିବା ପରେ ତାଙ୍କୁ ନ୍ୟାୟ ମିଳି ନ ଥିଲା । ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥୁବା ନେଇ ଗୁରୁବାର ଥାନା ଆଗରେ ଧାରଣା ଦେଇଛନ୍ତି। ସ୍ବାମୀ ଉତ୍ତମ ଉଠାଣ ସିଂ ଜଣେ ସରକାରୀ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ପ୍ରୀୟଙ୍କା କୁ ଏବେ ବି ଯୌତୁକ ନାଁରେ ଧମକ ଦେବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି ବୋଲି ଅଭିଯୋଗକାରିଣୀ କହିଛନ୍ତି। ଏହା ସହ ପୋଲିସ ଟଙ୍କା ନେଇ ନ୍ୟାୟ ଦେଇନଥିବା ମହିଳା ଅଭିଯୋଗ ଆଣିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି। ଅନ୍ୟପଟେ ଅଭିଯୋଗ ଆଣିଥିବା ମହିଳାଙ୍କର ଅଭିଯୋଗ ଗ୍ରହଣ କରାଯିବା ସହ ତଦନ୍ତ କରାଯିବ ବୋଲି ବାଲିଗଡା ଏସଡିପିଓ କହିଛନ୍ତି l |