୯୫.୨୦% ରଖିଲେ ଏସିଡ୍‌ ଆକ୍ରମଣ ପୀଡ଼ିତା

ନୂଆଦିଲ୍ଲୀ, ୧୩ା୫: ଏସିଡ୍‌ ଆକ୍ରମଣରେ ଦୃଷ୍ଟିଶକ୍ତି ହରାଇଥିବା ଚଣ୍ଡିଗଡ଼ ବ୍ଲାଇଣ୍ଡ ସ୍କୁଲ୍‌ ଛାତ୍ରୀ କାଫି (୧୫) ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୫.୨୦ ପ୍ରତିଶତ ନମ୍ବର ରଖି ନିଜ ସ୍କୁଲ୍‌ରେ ଟପ୍ପର ହୋଇଛନ୍ତି। କାଫିଙ୍କ ଘର ହରିୟାଣା ହିସାର ଜିଲାର ବୁଧନା ଗ୍ରାମରେ। ତାଙ୍କୁ ମାତ୍ର ୩ ବର୍ଷ ହୋଇଥିବାବେଳେ ଗାଁର ୩ ଜଣ ପଡୋଶୀ ଈର୍ଷାନ୍ବିତ ହୋଇ ଏସିଡ୍‌ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁହଁ ଓ ହାତ ପୋଡ଼ିଯିବା ସହ ସେ ଦୃଷ୍ଟିଶକ୍ତି ହରାଇଥିଲେ। ଏହା ସତ୍ତ୍ୱେ ସେ ନିଜର ସ୍ବପ୍ନ ପୂରଣ କରିବା ପାଇଁ ସଂଘର୍ଷ ଜାରି ରଖିଥିଲେ। ସେ ଆଇଏଏସ୍‌ ଅଫିସର ହୋଇ ପରିବାରକୁ ଗର୍ବିତ କରିବାକୁ ଚାହାନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *