cisce.org ୱେବସାଇଟରେ ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷା ଫଳ
ନୂଆଦିଲ୍ଲୀ: CISCE ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ୨୦୧୩ ର ଫଳାଫଳ ଆଜି, ମଇ ୧୪ ତାରିଖରେ ପ୍ରକାଶ ପାଇଲା। CISCE ଅଫିସିଆଲ୍ ୱେବସାଇଟରେ (www.cisce.org) ପାଠ୍ୟକ୍ରମ, ଇଣ୍ଡେକ୍ସ ନମ୍ବର ଏବଂ UID ପ୍ରବେଶ କରି ପରୀକ୍ଷାର୍ଥୀ ମାନେ ଫଳାଫଳ ଏବଂ ଡିଜିଟାଲ୍ ମାର୍କସିଟ୍ ଗୁଡିକୁ ଆକ୍ସେସ୍ କରି ଡାଉନଲୋଡ୍ କରାଯାଇପାରିବ । ICSE ଦଶମ ଶ୍ରେଣୀର ସାମଗ୍ରିକ ପାସ୍ ପ୍ରତିଶତ ହେଉଛି ୯୮.୯୪% ।
ICSE ଦଶମ ଏବଂ ISC ଦ୍ୱାଦଶ ଶ୍ରେଣୀ ଫଳାଫଳ ୨୦୨୩ ଏବଂ ଡିଜିଟାଲ୍ ମାର୍କସିଟ୍ ପ୍ରାପ୍ତ ଏବଂ ଡାଉନଲୋଡ୍ କରିବାକୁ, ଛାତ୍ରମାନେ ଅଫିସିଆଲ୍ ଫଳାଫଳ ପୋର୍ଟାଲରେ ଲଗ୍ ଇନ୍ କରିବାକୁ ସେମାନଙ୍କ ପାଠ୍ୟକ୍ରମ, ଇଣ୍ଡେକ୍ସ ନମ୍ବର ଏବଂ UID ପ୍ରବେଶ କରିବାକୁ ପଡିବ ।
ICSE ଦଶମ ଏବଂ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ୨୦୨୩ କିପରି ଡାଉନଲୋଡ୍ କରିବେ?
ଛାତ୍ରଛାତ୍ରୀ ମାନେ ସେମାନଙ୍କର ICSE ଦଶମ ଫଳାଫଳ ୨୦୨୩ ଏବଂ ISC ଶ୍ରେଣୀ ଦ୍ୱାଦଶ ଫଳାଫଳ ୨୦୨୩ ଯାଞ୍ଚ କରିବା ପାଇଁ ନିମ୍ନରେ ଉଲ୍ଲେଖ କରାଯାଇଥିବା ପର୍ଯ୍ୟାୟ ପ୍ରକ୍ରିୟା ଅନୁସରଣ କରିପାରନ୍ତି :
ଅଫିସିଆଲ୍ ୱେବସାଇଟ୍ (www.cisce.org)ଖୋଲନ୍ତୁ –
- ପ୍ରଥମେ କୋର୍ସ ଚୟନ କରନ୍ତୁ, ତା’ପରେ ପ୍ରାର୍ଥୀ UID, ଇଣ୍ଡେକ୍ସ ନମ୍ବର ପ୍ରବେଶ କରିବା ପରେ, ନିମ୍ନରେ ଥିବା CAPTCHA ପ୍ରଦାନ କରନ୍ତୁ ।
- ଫଳାଫଳ ପାଇବା ପାଇଁ ‘Show Result‘ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
- ପ୍ରିଣ୍ଟ୍ ପାଇବା ପାଇଁ ‘Print Result‘ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
ଷ୍ଟେପ୍ ୧: ଅଫିସିଆଲ୍ ୱେବସାଇଟ୍ (www.cisce.org)ଖୋଲନ୍ତୁ –
ଷ୍ଟେପ୍ ୨: ମୂଳପୃଷ୍ଠାରେ ‘ISC ରେଜଲ୍ଟ 2023’ କିମ୍ବା ‘ICSE ରେଜଲ୍ଟ 2023’ ଉପରେ କ୍ଲିକ୍ କରନ୍ତୁ ।
ଷ୍ଟେପ୍ ୩: ଏକ ନୂତନ ପେଜ୍ ଦୃଶ୍ୟମାନ ହେବ, ପ୍ରଦତ୍ତ ସ୍ଥାନରେ ଆପଣଙ୍କର ଲଗଇନ୍ ବିବରଣୀ ପ୍ରବେଶ କରନ୍ତୁ ।
ଷ୍ଟେପ୍ ୪: ତା’ପରେ ‘Show Result‘ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
ଷ୍ଟେପ୍ ୫: ସ୍କ୍ରିନରେ ISC କ୍ଲାସ୍ ଦ୍ୱାଦଶ ଫଳାଫଳ ୨୦୨୩ କିମ୍ବା ICSE କ୍ଲାସ୍ ଦଶମ ଫଳାଫଳ ୨୦୨୩ ପ୍ରଦର୍ଶିତ ହେବ ।
ଷ୍ଟେପ୍ ୬: ମାର୍କସିଟ୍ ଡାଉନଲୋଡ୍ କରନ୍ତୁ ଏବଂ ବ୍ୟବହାର ପାଇଁ ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ ।
ବିଗତ ବର୍ଷ, ISC ଫଳାଫଳଗୁଡିକର ସାମଗ୍ରିକ ପାସ୍ ପ୍ରତିଶତ ୯୯.୩୮% ଥିଲା, ସେଥିମଧ୍ୟରୁ ବାଳିକାମାନଙ୍କ ପାସ୍ ପ୍ରତିଶତ ୯୯.୫୨% ଥିବାବେଳେ ବାଳକମାନଙ୍କ ପାସ୍ ପ୍ରତିଶତ ୯୯.୨୬% ରେକର୍ଡ ରହିଥିଲା | ଫଳାଫଳ ସହିତ, CISCE ୨୦୧୨ ରେ ISC ଟପ୍ପର ତାଲିକା ମଧ୍ୟ ପ୍ରକାଶ ପାଇଥଲା ।
ଅଧିକ ତଥ୍ୟ ଜାଣିବା ପାଇଁ, ଛାତ୍ରମାନଙ୍କୁ ଅଫିସିଆଲ୍ ୱେବସାଇଟରେ ନଜର ରଖିବାକୁ ପରାମର୍ଶ ।