ସମାଜସେବୀଙ୍କୁ ଗୁଳି କରି ହତ୍ୟା , ଗୁଣୁପୁର ଅଞ୍ଚଳରେ ପ୍ରଥମ ଘଟଣା

ରାୟଗଡା,୧୪/୦୫- ରାୟଗଡା ଜିଲ୍ଲା ଗୁଣୁପର ସ୍ଥିତ ବଂଶଧାରା ନଦୀ ଓଭର ବ୍ରିଜ ନିକଟରେ ଆଶା ସଂସ୍ଥାର ନିର୍ଦ୍ଦେଶକ ସମାଜ ସେବୀ ଗୌରୀ ମିଶ୍ରଙ୍କୁ ଗୁଳି ମାରି କେହି ଦୂର୍ବୁତ ହତ୍ୟା କରିଥିବା ଜଣାପଡିଛି । ଗୁଳି ମାଡ କାରଣ ଅସ୍ପଷ୍ଟ ଥିବା ବେଳେ ଦୁର୍ବୁତ ଫେରାର ହୋଇ ଥିବା ଜଣା ପଡିଛି । ୫୫ବର୍ଷୀୟ ଗୌରୀ ମିଶ୍ର ଗୁଣୁପୁର ପୁରୁଣା ଷ୍ଟେଟ ବ୍ୟାଙ୍କ ସାହିର ବାସିନ୍ଦା ବୋଲି ଜଣାପଡିଛି।ସେ ଓଭର ବ୍ରିଜ ଉପରକୁ ବୁଲି ଯାଇଥିବା ବେଳେ ବାଇକିରେ ଆସି ଅଜଣା ଦୁର୍ବୁତ ଗୁଳିମାଡ କରିଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି । ଗୁଣୁପୁର ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ଗୌରୀ ମିଶ୍ରଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ତଦନ୍ତ ଜାରି ରହିଥିବା ବେଳେ ଏପରି ଘଟଣା ଗୁଣୁପୁର ପାଇଁ ପ୍ରଥମ ଘଟଣା ବୋଲି ଚର୍ଚ୍ଚା ହେଉଛି।