ବିଶ୍ବ ମାତୃ ଦିବସ ପାଳନ କଲା ଅନ୍ନପୂର୍ଣ୍ଣା ପରିବାର

ତାଳଚେର- ଆଜି ହେଉଛି ବିଶ୍ବ ମାତୃ ଦିବସ।ଏହି ଅବସରରେ ତାଳଚେର ର ବହୁ ପରିଚିତ ଅନ୍ନପୂର୍ଣ୍ଣା ପରିବାର ର ସଦସ୍ୟ ମାନେ ତାଳଚେର ଆଇଟିଆଇ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ରେ କେକ୍ କାଟି ମାତୃ ଦିବସ ପାଳନ କରିଛନ୍ତି। ଜୀବନ ରେ ମା ର ଭୂମିକା କଣ ଏହାକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଅପରପକ୍ଷରେ ଆଜି ଏହି ବିଶ୍ବ ମାତୃ ଦିବସ ରେ ଜଣେ ଅସହାୟ ମା କୁ ସଙ୍ଗଠନ ର ସଦସ୍ୟ ମାନଙ୍କ ନିଜସ୍ଵ ପାଣ୍ଠି ରୁ ଏକ ସିଲେଇ ମେସିନ୍ ଦେଈ ସାହଯ୍ୟ କରିଛନ୍ତି। ଅନ୍ନପୂର୍ଣ୍ଣା ପରିବାର ର ସଦସ୍ୟ ମାନେ ସବୁବେଳେ କିଛି ନା କିଛି ଅସହାୟ ଲୋକଙ୍କୁ ସାହଯ୍ୟ କରିବା ନେଇ ଗଣମାଧ୍ୟମ ଠାରୁ ଆରମ୍ଭ କରି ତାଳଚେର ବାସୀ ଙ୍କ ଠାରେ ଚର୍ଚ୍ଚା ରେ ରହି ଆସିଛନ୍ତି। ଆଜି ଭଳି ଦିନ ରେ ଜଣେ ମା କୁ ସାହଯ୍ୟ କରିବା ସହ ସେହି ମା ର ମୁହଁରେ ହସ ଫୁଟାଇ ଥିବା ନଜର କୁ ଆସିଚି। ଆଜି ର ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ମାତୃ ଦିବସ କୁ ପାଳନ କରିଛନ୍ତି। ତାଳଚେର ବାସୀ ଙ୍କ ସାହାଯ୍ୟ ସହଯୋଗ ରହିଲେ ଏହି ସଂଗଠନ ଆଗମୀ ଦିନରେ ଅନେକ କାମ କରି ପାରିବ ବୋଲି ଅନ୍ନପୂର୍ଣ୍ଣା ପରିବାରର କାର୍ଯ୍ୟକର୍ତ୍ତା ମାନେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *