ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଅଜୟଙ୍କ ଏକାଦଶାହ ଉତ୍ସବ ଓ ସ୍ମୃତି ଚାରଣ ସଭା

ଡେଲାଙ୍ଗ- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମର ଦିବ୍ୟଙ୍ଗତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ସମିତି ସଭ୍ୟ ଅଜୟ ରାଉତରାୟ ଙ୍କ ଏକାଦଶାହ ଉତ୍ସବ ଓ ସ୍ମୃତି ଚାରଣ ସଭା ତାଙ୍କ ଗ୍ରାମ ସନିକଟ ତଳ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି !ପୂର୍ଣ୍ଣ ଚନ୍ଦ୍ର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ସମାଜସେବୀ, କଲେଜ ବନ୍ଧୁ,ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବନ୍ଧୁ ପରିଜନ,ଗ୍ରାମବାସୀ ମାନେ ଉପସ୍ଥିତ ରହି ସ୍ବର୍ଗତ ରାଉତରାୟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଜୀବନର ସ୍ମୃତି ଚାରଣ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ! ଏଥିରେ ସୁଶୀଲ ରାୟ, ଶରତ ଚନ୍ଦ୍ର ରାଉତ, ଅଶୋକ ପ୍ରଧାନ, ସୁଦର୍ଶନ ପ୍ରଧାନ, କିଷାନ ପଟ୍ଟନାୟକ, କଲେଜ ବନ୍ଧୁ ତପନ ମିଶ୍ର, ଦୁର୍ଗା ଚରଣ ରାଉତରାୟ, ଜ୍ଞାନରଞ୍ଜନ ବଳିୟାସିଂହ, ବାଉରୀବନ୍ଧୁ ସାହୁ, ବିଜୟ ମହାପାତ୍ର,ଦିଲ୍ଲୀପ ଧାଉଡ଼ିଆ,ଅଜୟ ମାନ୍ଧତା, ରମେଶ ଚନ୍ଦ୍ର ବଳବନ୍ତରାୟ,ପ୍ରସନ୍ନ ମହାରଥି, ଦୁଷ୍ମନ୍ତ ଦାସ, କବିରାଜ ସାହୁ,ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ଶାଶଙ୍କ ଶେଖର ଚୂଡ଼ାମଣି, ଜ୍ଞାନରଞ୍ଜନ ପଟ୍ଟନାୟକ, ଦେବ ରାଉତ, ନିର୍ମଳ ପରିଡା, ବିଚିତ୍ର ମହାପାତ୍ର,ଶେଷ ଦେବ ବାରିକ, ଲଚ୍ଛମନ ଦଳେଇ, ଆଶ୍ରିତ ପଟ୍ଟନାୟକ, ନିରୁପମା ପାତ୍ର, ମଳୟ ମହାନ୍ତି, ଚିତ୍ରସେନ ନିଶଙ୍କ, ପ୍ରଦୁମ୍ନ ପରିଡା, ବିପିନ ବଳବନ୍ତରାୟ, ଯୁଧିଷ୍ଠିର ମାର୍ଥା, ପରମାନନ୍ଦ ସାହୁ, ଅଶୋକ କୁମାର ମଙ୍ଗରାଜ,ସଞ୍ଜୟ ରାଉତରାୟ ପ୍ରମୁଖ ସାମିଲ ହୋଇ ଦିବ୍ୟଙ୍ଗତ ଅଜୟ ରାଉତରାୟ ଙ୍କ ଜଣେ ଲଢୁଆ ଯୁବ ନେତା ଥିଲେ, ବନ୍ଧୁ ବତ୍ସଳ, ସମାଜସେବୀ, ପରୋପକାରୀ ସାହସୀ ମଣିଷ ଥିଲେ ଆଦି ସ୍ମୁତି ଚାରଣ କଲାବେଳେ କୋହଭରା ପରିବେଶ ଦେଖାଦେଇଥିଲା ! ତାଙ୍କର ପୁଅ ଝିଅ, ପରିବାର ବର୍ଗ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜକି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *