ଦିଲ୍ଲୀ ଗଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୧୫।୫: କର୍ନାଟକରେ ପରବର୍ତ୍ତୀ ସରକାର କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗିରହିଛି। ଗୋଟିଏ ପଟେ ସିଦ୍ଦରମୈୟା ରହିଥିବା ବେଳେ ଅନ୍ୟପଟେ କର୍ନାଟକ କଂଗ୍ରେସ ମୁଖିଆ ଡି.କେ ଶିବକୁମାର ରହିଛନ୍ତି। ଏହି ସମୟରେ ହାଇକମାଣ୍ଡଙ୍କୁ ଭେଟିବାକୁ ଆଜି ଦିଲ୍ଲୀ ଯାଇଛନ୍ତି ସିଦ୍ଦାରାମାୟା। କିନ୍ତୁ ଶିବକୁମାର ଦିଲ୍ଲୀ ଯାଇ ନ ଥିବା ଜଣାପଡିଛି। ଶିବକୁମାର କହିଛନ୍ତି, ଦିଲ୍ଲୀ ଯିବାକୁ ମୋତେ ଫୋନ ଆସନି। ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ଆଲୋଚନା କରିବାକୁ ମୋତେ କେନ୍ଦ୍ରୀୟ ନେତୃବୃନ୍ଦ ଡାକିନାହାନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *