ନିର୍ମାଣ ହେବ ଲବକୁଶ ମନ୍ଦିର: ଶିବରାଜଙ୍କ ଘୋଷଣା

ଭୋପାଳ,୧୫।୫ : ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ କର୍ନାଟକ ନିର୍ବାଚନର ଫଳାଫଳ ବିଜେପିକୁ ସତର୍କ କରାଇ ଦେଇଛି।ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୁଶୱା ଏବଂ ଜଟ ସମ୍ପ୍ରଦାୟର କଲ୍ୟାଣ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ଏହା ସହିତ ଭଗବାନ ଶ୍ରୀରାମଙ୍କ ପୁତ୍ର ଲବ ଏବଂ କୁଶଙ୍କ ମନ୍ଦିର ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଶିବରାଜ କହିଛନ୍ତି ଲବ ଏବଂ କୁଶ ମନ୍ଦିର୫ କୋଟି ଟଙ୍କାରେ ନିର୍ମାଣ ହେବ।

ପ୍ରାପ୍ତ ଏକ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର କୁଶୱା ସମ୍ପ୍ରଦାୟ ପାଇଁ ଏକ ଧର୍ମଶାଳା ନିର୍ମାଣ କରାଯିବ ବୋଲି ଶିବରାଜ କହିଛନ୍ତି। କୁଶୱାହା ଭଗବାନ ରାମଙ୍କ ପରମ୍ପରାରୁ ଆସିଛନ୍ତି। ମେଡ଼ିକାଲ ପଢ଼ିବାକୁ ଚାହୁଁଥିବା ସରକାରୀ ବିଦ୍ୟାଳୟରୁ ଶିକ୍ଷିତ ଛାତ୍ରମାନେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମେଡିକାଲ କଲେଜଗୁଡ଼ିକରେ ପାଞ୍ଚ ପ୍ରତିଶତ ସଂରକ୍ଷଣ ପାଇବେ। ମଧ୍ୟପ୍ରଦେଶରେ କୁଶୱା ସାମାଜିକ କଲ୍ୟାଣ ବୋର୍ଡ ଗଠନ ହେବ ଏବଂ ବୋର୍ଡର ଚେୟାରମ୍ୟାନ ରାଜ୍ୟ ମନ୍ତ୍ରୀ ମାନ୍ୟତା ପାଇବେ। ଉଭୟ ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଅଶୋକ କୁଶୱା ସମ୍ପ୍ରଦାୟରେ ଜନ୍ମଗ୍ରହଣ କରିଥିବା କୁହାଯାଉଛି, ଯାହା ପାରମ୍ପାରିକ ଭାବରେ କୃଷି ସହିତ ଜଡିତ ଥିଲା।

Leave a Reply

Your email address will not be published. Required fields are marked *