ପୁରୀରେ ସିନେମା ହଲ ପାଇଁ ଦାବି

ଭାରତୀୟ ସିନେମାରେ ଅନେକ ଭାଷା ର ସିନେମା ନିର୍ମାଣ ହୁଏ। ତା ମଧ୍ୟରୁ ଅନ୍ୟତମ ସାଂସ୍କୃତିକ ଭାଷା ହେଉଛି ଓଡ଼ିଆ, ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ହେଲା ଓଡିଶା , ପ୍ରତ୍ୟେକ ଭାଷା କୁ ସେହି ଭାଷା ର ସାହିତ୍ୟ ଏବଂ ସିନେମା ପ୍ରତିନିଧିତ୍ଵ କରେ , ଅନ୍ୟ ଭାଷା ର ସିନେମା ସବୁ ଜାତୀୟ ସ୍ତରରେ ଆଗକୁ ଆସି ନାଁ କରୁଥିଲା ବେଳେ ଓଡ଼ିଆ ସିନେମା ଟିକେ ଉଦାସୀନ ଅବସ୍ଥା ରେ ଗତି କରୁଥିଲା, ହେଲେ ଗତ କିଛିବର୍ଷ ହେବ ଓଡିଶା ରେ କିଛି ସ୍ୱାଭୀମାନୀ ନିର୍ମାତା ଭଲ ସିନେମା ନିର୍ମାଣ ରେ ଲାଗିଛନ୍ତି, ବର୍ତ୍ତମାନ ଆମ ରାଜ୍ଯ ରେ ଅନେକ ସ୍ଥାନରେ ଭଲ ସିନେମା ହଲ୍ ର ଅଭାବ ରହିଛି, ସେଥିରୁ ପୁରୀ ଏମିତି ଏକ ସ୍ଥାନ ଯେଉଁଠାରେ ଓଡ଼ିଆ ସିନେମା ର ସୃଷ୍ଟି ସେହି ସ୍ଥାନରେ ଆଜି ସିନେମା ହଲ୍ ନାହିଁ, ଭୟଙ୍କର ମହାବାତ୍ୟା ଫନି ପରେ ପୁରୀରେ ଥିବା କୌଣସି ବି ପ୍ରେକ୍ଷାଳୟ ଚଳଚ୍ଚିତ୍ର ପ୍ରଦର୍ଶନ କରିବା ଅବସ୍ଥାରେ ନାହିଁ , ଭିତ୍ତିଭୂମିର ଅଭାବ ଯୋଗୁଁ ସ୍ୱଳ୍ପ ସମୟ ମଧ୍ୟରେ କୌଣସି ପ୍ରେକ୍ଷାଳୟ କିଛି ମାତ୍ରାରେ ମତମରି ହୋଇ ପାରିବା ମଧ୍ୟ ସମ୍ଭବପର ନୁହେଁ , କିନ୍ତୁ ପ୍ରେକ୍ଷାଳୟର ଅଭାବ କୌଣସି ପ୍ରକାରେ ସିନେ ପ୍ରେମୀଙ୍କୁ ଏକ ବଡ଼ ପରଦାରେ ଚଳଚ୍ଚିତ୍ରକୁ ଉପଭୋଗ କରିବାରୁ ବଞ୍ଚିତ କରିବା ଉଚିତ ନୁହେଁ ୲

ଖାସ ସେଇଥିପାଇଁ ପୁରୀ ଟାଉନ୍ ହଲ୍ ରେ ଆମେ ଗତ ଜାନୁୟାରୀ ରେ ଦମନ ଚଳଚ୍ଚିତ୍ର ଏବଂ ଫେବୃୟାରୀ ରେ ପ୍ରତୀକ୍ଷା ଚଳଚ୍ଚିତ୍ର ପଦର୍ଶନ କରାଇଥିଲୁ, ଭଲ ସିନେମା ସହିତ ଉତ୍ତମ ଆତିଥେୟତା ପ୍ରଦାନ କରିବା ଆମ ମୁଖ୍ୟ ଉଦ୍ଦେଶ୍ଯ ଥିଲା , ପୁରୀବାସୀ ଆମ ବ୍ୟବସ୍ଥା କୁ ପ୍ରଶଂସା କରିଥିଲେ ଏବଂ ଅଧିକାଂଶ ଲୋକଙ୍କ ଦାବୀ ଥିଲା ନିୟମିତ ବ୍ୟବଧାନରେ ଏଭଳି ସୁବିଧା ସହିତ ସିନେମା ପ୍ରଦର୍ଶିତ କରାଯାଉ ୲ ଠିକ୍ ଏହି ସମୟରେ ଏକ ସୁନ୍ଦର ଓଡିଆ ଚଳଚ୍ଚିତ୍ର “ଫାଲଗୁନ ଚୈତ୍ର” ପ୍ରଥମ ଓଡ଼ିଆ ସିନେମା ଭାବରେ ସାରା ବିଶ୍ୱରେ ରିଲିଜ୍ ହୋଇ ଅନେକ ଦର୍ଶକୀୟ ପ୍ରସଂଶା ସାଉଁଟୁଛି ୲ କିନ୍ତୁ ପୁରୀ ରେ ହଲ୍ ନଥିବାରୁ ପୁରୀ ରେ ରିଲିଜ୍ ହୋଇପାରିନାହିଁ, ଏହି ସିନେମା କୁ ସୁନାମଧନ୍ୟ ଓଡ଼ିଆ ଉପନ୍ୟାସ ଲେଖିକା ସୁଲଗ୍ନା ମହାନ୍ତି ଲେଖିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡ ର ସୁନାମଧନ୍ୟ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଙ୍କ ସହକାରୀ ନିର୍ଦ୍ଦେଶକ ଶିଶିର କୁମାର ସାହୁ ଏବଂ ବିଜୁ ପଟ୍ଟନାୟକ ଚଳଚ୍ଚିତ୍ର ନିର୍ମାଣ ସ୍କୁଲ ର ସୁନାମଧନ୍ୟ ଛାତ୍ରୀ ପୀନାକୀ ସିଂହ ୲ ପ୍ରମୁଖ ଭୂମିକା ରେ ଚୌଧୁରୀ ଜୟପ୍ରକାଶ ଦାସ, ପାର୍ଥ ସାରଥି ରାୟ, ଅନନ୍ୟା ମିଶ୍ର, ବୈଶାଳୀ , ସୁକାନ୍ତ ରଥ, ଭାସ୍ଵତୀ ବସୁ , ଚନ୍ଦନ କୁମାର ବିଶ୍ବାଳ, ଏବଂ ପୁରୀ ତିଆଡ଼ି ସାହି ର ଯୁବ କଳାକାର ପ୍ରଣବ ପ୍ରସନ୍ନ ରଥ ଅଭିନୟ କରିଛନ୍ତି ୲ ଓଡ଼ିଆ ଭାଷା ର ଭଲ ସିନେମା କୁ ଆଗକୁ ନେବା ଏବଂ ଦର୍ଶକଙ୍କୁ ଭଲ ପରିବେଷ ରେ ଉତ୍ତମ ବ୍ୟବସ୍ଥା ସହିତ ଭଲ ସିନେମା ଦେଖାଇବା ର ପ୍ରୟାସ ରେ ଆମେ ଆସନ୍ତା ୧୯, ୨୦, ୨୧ ମଇ ୨୦୨୩ ଶୁକ୍ରବାର ଶନିବାର ଏବଂ ରବିବାର ତିନି ଦିନ ପାଇଁ ଟାଉନ୍ ହଲ୍ ଠାରେ ଫାଲଗୁନ ଚୈତ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ, ଅଧିକ ରୁ ଅଧିକ ଲୋକ ଦେଖି ପାରିବା ପାଇଁ 9am 12noon 3pm 6pm & 9pm ଆମେ 5 ଟି show ର ଆୟୋଜନ କରୁଛୁ, ପୂର୍ବ ଦୁଇ ଥର (ଦମନ ଏବଂ ପ୍ରତୀକ୍ଷା) ଭଳି ସମାନ ଧରଣର ବ୍ୟବସ୍ଥା ରେ ଆମେ ସିନେମା ପ୍ରଦର୍ଶନ କରିବୁ ୲ ଏ ବିଷୟରେ ଜନତା ଙ୍କୁ ସୂଚନା ଦେବା ପାଇଁ ଆସନ୍ତାକାଲି ସକାଳ ୧୧:୩୦ ସମୟ ରେ ଭକ୍ତ ସାଲବେଗ ପୀଠ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଉଛି, ଆପଣ ମାନଙ୍କ ଉପସ୍ଥିତି ଏବଂ ସହଯୋଗ ପାଇଁ ଅନୁରୋଧ କରୁଛୁ ୲ ଏଥର ମଧ୍ୟ ପୁରୀର ଟାଉନ ହଲରେ 24feet wide ର ବଡ଼ LED ପରଦା ଲଗାଯିବ ଏବଂ ସରାଉଣ୍ଡ ସାଉଣ୍ଡ ,ଏୟାର କଣ୍ଡିସନ ହଲ୍ ଭଳି ଅନେକ ଅତ୍ୟାଧୁନିକ ସୁବିଧା ଟାଉନ୍ ହଲ୍ ରେ ଆଗରୁ ରହିଛି, ଯାହାକି ସିନେମା ହଲ୍ ର ଅଭାବକୁ ପୂରଣ କରିବ , ଆୟୋଜନ ପାଇଁ ହେଉଥିବା ବହୁଳ ଖର୍ଚ୍ଚ ର ଭରଣା ପାଇଁ ସାଧାରଣ ଦର୍ଶକ ଙ୍କ ପାଇଁ ସ୍ଵଳ୍ପ ମୂଲ୍ୟ ₹100 ଏବଂ ₹120 ର ଟିକେଟ ର ବ୍ୟବସ୍ଥା କରାଯାଇଛି ୲ ସାବିତ୍ରୀ ଉପଲକ୍ଷେ ମହିଳା ଦର୍ଶକ ଙ୍କ ପାଇଁ ଏକ ଲକି ଡ୍ର ପ୍ରତିଯୋଗିତା ଆୟୋଜିତ ହେବ ଏବଂ ତିନି ଜଣ ଭାଗ୍ୟଶାଳୀ ଦର୍ଶକଙ୍କୁ ଆମେ ଚଳଚ୍ଚିତ୍ର ର କଳାକାର ମାନଙ୍କ ଗହଣ ରେ ଆକର୍ଷଣୀୟ ଉପହାର ଦେଇ ପୁରସ୍କୃତ କରିବୁ ୲ ପୁରୀର ସିନେମା ପ୍ରେମୀଙ୍କୁ ଅନୁରୋଧ ଯେ ସେମାନେ ଟାଉନ ହଲ ଆସି “ ଫାଲଗୁନ ଚୈତ୍ର “ କୁ ଉପଭୋଗ କରନ୍ତୁ ଏବଂ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଅଧିକରୁ ଅଧିକ ଉତ୍ସାହ ପ୍ରଦାନ କରନ୍ତୁ , ଆସନ୍ତାକାଲି ଠାରୁ ସକାଳ 10ଟା ରୁ ଅପରାହ୍ନ 5 ଟା ମଧ୍ୟରେ ଟାଉନ୍ ହଲ୍ ନିକଟରେ ଏବଂ ଭିନ୍ନ ଭିନ୍ନ ସ୍ଥାନରେ ୭ଟି ଦୋକାନ ରେ ଟିକେଟ ଉପଲବ୍ଧ ହେବ ୲ ସିଟ ଏବଂ ଶୋ ସୀମିତ ଥିବାରୁ ଟିକେଟ ବୁକିଂ ନିମନ୍ତେ ମୋବାଇଲ ( 7377290501 / 9437920266) ନମ୍ବର ଜାରି କରାଯାଇଛି ୲ ଇତି ପିନାକୀ ଶ୍ରୀଚନ୍ଦନ (8637290501) ସୌମ୍ୟ ରଞ୍ଜନ ଶତପଥୀ, ଅଭିଷେକ ଶ୍ରୀଚନ୍ଦନ, ବାଳକୃଷ୍ଣ ପୂଜାପଣ୍ଡା, ଏବଂ ନିହାରିକା ତ୍ରିପାଠୀ

Leave a Reply

Your email address will not be published. Required fields are marked *