ସନାତନ ଚୌଧୁରୀ ହତ୍ୟା ଘଟଣାର ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ବଡ଼ ବଜାର ଥାନା ପୁଲିସ

ବ୍ରହ୍ମପୁରଠାରେ ଗତ ୬ତାରିଖ ରାତିରେ ଆଚାର୍ଯ୍ୟ ବିହାର ଠାରେ ବସ୍ ହକର୍ ସନାତନ ଚୌଧୁରୀ ହତ୍ୟା ଘଟଣାର 6 ଅଭିଯୁକ୍ତଙ୍କୁ ଗିରଫ କରିଛି ବଡ଼ ବଜାର ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଦିଗପହଣ୍ଡି ଥାନା ଅଞ୍ଚଳର ପ୍ରସାନ୍ତ ସାହୁ,ଖୋର୍ଦ୍ଧାର ପ୍ରକାଶ ଖୋଟୁଆ, ଗୋପାଳପୁର ଥାନା ଅଂଚଳର ଶିବ ନାୟକ, ବଡ଼ ବଜାର ଥାନା ଅଞ୍ଚଳର କାଳିଆ ସାହୁ, ରାମ ରାଉଳ ଓ ଗୋଳନ୍ତରା ଥାନା ଅଞ୍ଚଳର ରାହୁଲ ପଣ୍ଡା। ଆଜି ଉପରୋକ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *