ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନକୁ ଅତିକ୍ରମ କଲା ବନ୍ଦେ ଭାରତ ଏକ୍ସପ୍ରେସ
![](https://teerthkhetra.com/wp-content/uploads/2023/05/Screenshot_2023-05-18-21-44-19-56_6012fa4d4ddec268fc5c7112cbb265e7.jpg)
ବ୍ୟାସନଗର ପୈାରାଅଂଚଳ ସ୍ଥିତ ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନକୁ ଆଜି ଅପରାହ୍ନ ୪ଘଟିକା ସମୟରେ କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଅତିକ୍ରମ କରିଛି । ଏହି ଟ୍ରେନରେ ଯାତ୍ରା କରୁଥିବା ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ’ଙ୍କୁ ଯାଜପୁର ଜିଲ୍ଲାର ଜନସାଧାରଣଙ୍କ ପକ୍ଷରୁ ସ୍ବାଗତ କରାଯାଇଛି । ରେଳ ଷ୍ଟେସନର ଆର.ପି.ଏଫ ଅଧିକାରୀ ଶ୍ରୀ ପ୍ରବିନ କୁମାର ଆର.ପି.ଏଫ ଜବାନ ମାନଙ୍କୁ ଷ୍ଟେସନ ପରିସରରେ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଚାରିଆଡ଼େ ସୁରକ୍ଷା ରକ୍ଷା କ୍ଷେତ୍ରରେ କଡା ନଜର ରଖିବାକୁ ନିର୍ଦ୍ଦେଶ ରଖିଥିଲେ। ଜିଲ୍ଲା ବିଜେପି ଓ ବିଜେଡି ଦଳର ନେତା ମାନେ ଏହି ଟ୍ରେନ ଯାତ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଖପାଖ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ବାଜା, ଫୁଲରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯାଜପୁର କେନ୍ଦୁଝର ରୋଡ ରେ ରହିବା ପରେ ସ୍ବାଗତ କରାଯାଇଥିଲା ।
ରିପୋର୍ଟ- ଜ୍ୟୋତି ପ୍ରକାଶ ଭୂୟାଁ, ଯାଜପୁର।