ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂକମ୍ପ: ସୁନାମି ଆଶଙ୍କା

କାଲେଡୋନିଆ,୧୯।୫: ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂକମ୍ପ ପରେ ଆଖପାଖ ଦ୍ୱୀପ ତଥା ମାଳଦ୍ୱୀପ ଅଞ୍ଚଳରେ ସୁନାମି ହେବାର ଆଶଙ୍କା ବଢାଇ ଦେଇଛି। ଯେଉଁଥି ପାଇଁ ସ୍ଥାନୀୟ ସରକାର ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି। ଆମେରିକାର ନ୍ୟୁ କାଲେଡୋନିଆ, ଫିଜି ଏବଂ ବାନୁଆତୁ ଅଞ୍ଚଳ ପାଇଁ ଏହି ଚେତାବନୀ ଦିଆଯାଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଏହି ଭୂକମ୍ପ ୧୦ କିଲୋମିଟର (ଗଭୀରତାରେ ଘଟିଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *