ଥରିଲା ଆଫଗାନିସ୍ତାନ

କାବୁଲ,୨୧ା୫: ଆଫଗାନିସ୍ତାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ଅନୁଯାୟୀ, ରବିବାର ଅପରାହ୍ନ ୧.୫୭ରେ ଘଟିଥିବା ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫୈଜାବାଦଠାରୁ ୧୦୫ କିଲୋମିଟର ଦୂରରେ ଏବଂ ଭୂକମ୍ପର ଗଭୀରତା ୧୬୪ କିଲୋମିଟର ଥିଲା।

ଚଳିତ ବର୍ଷ ଫେବୃୟାରୀ ୬ ରେ ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଭୟ ରହିଛି। ସମୟ ସମୟରେ ଭାରତରେ ଭୂକମ୍ପ ଅନୁଭୂତ ହେଉଛି। ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁ ୫୨,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। କେବଳ ତୁର୍କୀରେ ୪୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *