୪ ମାସ ସମୟ ଅଛି, ଚିନ୍ତା କରିବାର କୌଣସି କାରଣ ନାହିଁ : ଆରବିଆଇ ଗଭର୍ନର

ନୂଆଦିଲ୍ଲୀ,୨୨।୫:  ୨ ହଜାର ଟଙ୍କିଆ ନୋଟକୁ ବନ୍ଦ ହେବାର ଘୋଷଣା ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ଆରବିଆଇର ୨ ଟଙ୍କିଆ ନୋଟ ଆଣିବାର ଉଦ୍ଦେଶ୍ୟ ପୂରଣ ହୋଇଛି। ଚାରିମାସ ସମୟ ଦିଆଯାଇଛି ଏବଂ ଲୋକମାନେ ନୋଟକୁ ଆରାମରେ ବଦଳାଇ ପାରିବେ। ଏହି ବିଷୟକୁ ଗମ୍ଭୀରତାର ସହ ନେବା ଉଚିତ୍‌। ନୋଟ ବଦଳାଇବା ପାଇଁ ବହୁତ ସମୟ ଅଛି। ପୁରୁଣା ନୋଟ ବିନିମୟ ପାଇଁ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ଏକ ସମସ୍ୟା ଭାବରେ ଗ୍ରହଣ କରନ୍ତୁ ନାହିଁ ବୋଲି ଆରବିଆଇ ଗଭର୍ନର କହିଛନ୍ତି।

୨୦୨୩ ମେ’ ୧୯ରେ କେନ୍ଦ୍ର ସରକାର ୨ ହଜାର ଟଙ୍କିଆ ନୋଟ ପ୍ରଚଳନକୁ ବନ୍ଦ କରିଦେଇଛନ୍ତି। ୨୩ ମେ’ରୁ ୩୦ ସେପ୍ଟେମ୍ବର ମଧ୍ୟରେ ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଜମା ଦେଇ ଅନ୍ୟ ନୋଟଗଡ଼ିକୁ ନିଆଯାଇପାରିବ। କିନ୍ତୁ ଏହି ବିନିମୟ ପାଇଁ ସର୍ବାଧିକ ୨୦,୦୦୦ ଟଙ୍କା ସୀମା ଧାର୍ଯ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *