ଗଞ୍ଜାମ ଜିଲ୍ଲା ବାମସେଫ ସହଯୋଗୀ ସଂଗଠନର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

ହିଞ୍ଜିଳିକାଟୁ :-୨୨/୦୫ ,ଗଞ୍ଜାମ ଜିଲ୍ଲା ବାମସେଫ ଏବଂ ସହଯୋଗୀ ସଂଗଠନ ଦ୍ୱାରା ଗଞ୍ଜାମ ଜିଲ୍ଲା ସ୍ତରୀୟ ଏକ ଦିବସ ପ୍ରଶିକ୍ଷଣ ଶିବିର ଉଦୟନାଥ(ମନ୍ଦିର )କଲ୍ୟାଣ ମଣ୍ଡପ, ରମ୍ଭା ଠାରେ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ମୂଳନୀବାସୀ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ବୁଦ୍ଧ ବନ୍ଦନା କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଜୟ କୁମାର ନାୟକ, ସଂମାନନୀୟ ଅତିଥି ଗଞ୍ଜାମ ଜିଲ୍ଲା BMM ସଭାପତି ଆଇନଜୀବି ସୁମା ଦାସ, ଉଦଘାଟକ ଭାବେ ଅବସର ପ୍ରାପ୍ତ ନୋଡାଲ ଅଫିସର ବିଇଡି ବିଭାଗର ଖଲ୍ଲିକୋଟ ୟୁନିଭେରସିଟି, ବ୍ରହ୍ମପୁର ମହେନ୍ଦ୍ର କୁମାର ବେହେରା, ପ୍ରଶିକ୍ଷକ ଭାବେ ଓଡିଶା ରାଜ୍ୟ କାର୍ଯ୍ୟରତ ସଭାପତି ବାମସେଫ ମା. ଲବଘନ ମୁର୍ମୁ ଯୋଗଦାନ କରିଥିଲେ | ଏହି ଶିବିରରେ ବାମସେଫ ଦ୍ୱାରା ପରିଚାଳିତ ବିଭିନ୍ନ ବିଭାଗର ସହଯୋଗୀ ସଂଗଠନର ଶତାଧିକ କର୍ମୀ ଯୋଗଦାନ କରି ତାଲିମ ଗ୍ରହଣ କରିଥିଲେ | ତାଲିମ ଶିବିରର ମୁଳଲକ୍ଷ୍ଯ, ଉଦେଶ୍ୟ ହେଉଛି ମୂଳନୀବାସୀ ମହାପୁରୁଷ ମାନଙ୍କ ବିଚାର ଧାରା ରେ ଅନୁପ୍ରାଣିତ ହୋଇ ଗୋଟିଏ କେଡ଼ର ଭାବରେ ସମାଜରେ କାର୍ଯ୍ୟକରି ଏସି ଏସଟି ଓ ଓବିସି ମାନେ ନିଜ ଇତିହାସ କୁ ଜାଣିବା ଏବଂ ଏକ ସୁସ୍ଥ ସମାଜ ଗଡିତୋଳିବା | ଉକ୍ତ କାର୍ଯ୍ୟକ୍ରମ କୁ ଗଞ୍ଜାମ ଜିଲ୍ଲା ବାମସେଫ ସମ୍ପାଦକ ଦାମୋଦର ନାୟକ ପରିଚାଳନା କରିଥିଲେ ଏବଂ ରାଜ୍ୟ ବିଦ୍ୟାର୍ଥୀ ମୋର୍ଚ୍ଚା ସଂଗଠକ ଓ ଗଞ୍ଜାମ ଜିଲ୍ଲା ବାମସେଫ ମିଡ଼ିଆ ପ୍ରଭାରୀ ପିଣ୍ଟୁ ଦାସ ମିଡ଼ିଆ ପରିଚାଳନା କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ BMM ସମ୍ପାଦକ ଏବଂ ଗଞ୍ଜାମ ଜିଲ୍ଲା obc ମୋର୍ଚ୍ଚା ସଙ୍ଘଟକ ବିଜୟ ସ୍ୱାଇଁ,ଏକ୍ସସରପଞ୍ଚ କାଲେୟା, ବାମସେଫ କୋଷାଧକ୍ଷ ଅନନ୍ତରାମ ଦାସ, ଉପସଭାପତି କବି ଦାସ, ବାମସେଫ କାର୍ଯ୍ୟକର୍ତ୍ତା ଧନୁ ଦାସ, ବଂଶୀଧର ନାୟକ, ପାଣ୍ଡବ ନାୟକ ,ଜଗତ ବେହେରା, ବାବୁଲା ଦାସ BMM କାର୍ଯ୍ୟକର୍ତା ଅକ୍ଷୟ ଦାସ,ସୁଶାନ୍ତ ଦାସ, ବେରୋଜଗାର ମୋର୍ଚ୍ଚା ଅରୁଣ ଦାସ ବିଦ୍ୟାର୍ଥୀ ମୋର୍ଚ୍ଚା ପ୍ରଶାନ୍ତ ଦାସ,ଭାସ୍କର ସ୍ୱାଇଁ, ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ର ରମେଶ ଶବର, ଗୁଣ୍ଡିଚା ଶବର ପ୍ରମୁଖ ଯୋଗଦାନ କରି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *