କନ୍ଧମାଳ- ବୌଦ୍ଧ ସିମାନ୍ତରେ କମ୍ବି ବେଳେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ୨ଜବାନ ଆହତ ପରେ କମ୍ବି ଅପରେଶନ ଯୋରଦାର, ବହୁ ମାଓ ସାମଗ୍ରୀ ଜବଦ।
![](https://teerthkhetra.com/wp-content/uploads/2021/07/WhatsApp-Image-2021-07-12-at-5.31.47-PM.jpeg)
ଫୁଲବାଣୀ:-୧୨/୦୭-କନ୍ଧମାଳ ବୌଦ୍ଧ- ସୀମାନ୍ତ ଗୋଛାପଡ଼ାଥାନା ଅନ୍ତର୍ଗତ ଉମା ଜଙ୍ଗଲରୁସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀମାନେ ୨ଟିଦେଶୀ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା କଥାକନ୍ଧମାଳ ଏସ.ପି ବିନିତ ଅଗ୍ରୱାଲ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଜବତ ମାଓ ସାମଗ୍ରୀ ମଧ୍ୟରେ ୨ଟି ଦେଶୀ ବନ୍ଧୁକ, ମା ଓ ପୋଷ।କ, ଛତା । ଜୋତ ।। ବେଟେରୀ । ତାର ମେଡ଼ିସିନ୍ ରେଡିଓ ଆଦି ଜବତ କରିଥିବା କନ୍ଧମାଳ ଏସପି ଅଗ୍ରଓ । ଲ କହିଛନ୍ତି।ତେବେ ଦୀର୍ଘ ୮ଘଣ୍ଟାଧରି ଚାଲିଥିବାଗୁଳି ବିନିମୟରେ ରକ୍ତମୁଖ । ଲାଲ ବାହିନୀର ଗୁଳିରେ ୨ଜବାନ ଗୁରୁତର ହୋଇଥିଲେ।ଏହାପରେ କନ୍ଧମାଳ ଜିଲ୍ଲାରେ ଥିବା ମାଓ ଗତିବିଧି ଅଞ୍ଚଳଗୁଡିକ ଉପରେ ପୋଲିସ ସତର୍କ ଦୃଷ୍ଟି ରଖିବା ସହ ଅପରେସନ କ୍ଲିନ ଉପରେ ଗୁରୁତ୍ଵ ଦିଆଯାଉଥିବା କଥା କନ୍ଧମାଳ ଏସପି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ବାଲିଗୁଡ଼ା, କ ନୂଆ ଗାଁ ।,ଫିରିଙ୍ଗିଆ,ଗୋଛାପଡା ଓ ଫୁଲବାଣୀ ସଦ ର ,କୋଟଗଡ, ଦାରିଙ୍ଗବାଡି, ରାଇକିଆ ଆଦି ଥାନା ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ରହିଛି । ବିଭିନ୍ନ ସମୟରେ ସୁରକ୍ଷାକର୍ମୀମାନେ ନିୟମିତ କମ୍ବି ଅପରେସନକରି ଅନେକ ମାଓ କ୍ୟାମ୍ପ ଧୂସ୍ତ କରିବା ସହ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି। ତଥାପି ମଧ୍ୟ ମାଓ ବାଦୀ ବିଭିନ୍ନ ଜଙ୍ଗଲରେ କ୍ୟାମ୍ପ କରି ରହିଛନ୍ତି । କମ୍ବି ବେଳେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଖସି ପଳାଉଛନ୍ତି।