ଖୋ ଖୋ ଜନଜାତି ଓ ଜାତୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ

ପୁରୀ ୨୨/୫ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ୨ ଦିନିଆ ରାଜ୍ୟ ସ୍ତରୀୟ ଖୋ ଖୋ ଜନଜାତି ଓ ଜାତୀୟ କ୍ରିଡା ପ୍ରତିଯୋଗିତାର ଚୟନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି।ରାଜ୍ୟ କ୍ରିଡା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା ଖୋ ଖୋ ଆସୋସିଏସନ ର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି।ଏହି ପ୍ରତିଯୋଗିତା କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉଦଘାଟନ କରିବା ସହ କ୍ରିଡା କେବଳ ଶରୀର କୁ ସୁସ୍ଥ ରଖେ ନାହିଁ ବରଂ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଶୃଙ୍ଖଳା ଶିକ୍ଷା ଦେଇ ଥାଏ ବୋଲି କହିଥିଲେ।ସରକାର କ୍ରିଡା ପାଇଁ ଅନେକ ପ୍ରୋତ୍ସାହନ ଓ ସୁବିଧା ର ବ୍ୟବସ୍ଥା କରିଛନ୍ତି।ଏହାର ସୁଯୋଗ ନେବାକୁ ସେ କ୍ରିଡାବିତ ମାନଙ୍କୁ ଆହ୍ୱାନ ଦେଇଥିଲେ।ରାଜ୍ୟ ଖୋ ଖୋ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର କ୍ରିଡାବିତ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ।ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ ଏହାକୁ ପରିଚାଳନା କରିଥିଲେ।ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାର ପୁରୁଷ ଓ ମହିଳା ବର୍ଗର ମୋଟ ୨୦୦ ପ୍ରତିଯୋଗୀ ଅଶଂଗ୍ରହଣ କରିଛନ୍ତି।ଉଭୟ ବର୍ଗର ଶ୍ରେଷ୍ଠ ୨୦ -୨୦ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇ ପ୍ରଶିକ୍ଷିତ କରାଯିବ, ଯେଉଁ ମାନଙ୍କୁ ଜାତୀୟ ସ୍ତର ପ୍ରତିଯୋଗିତା ପାଇଁ ପ୍ରେରଣ କରାଯିବ ବୋଲି କ୍ରିଡା ଅଧିକାରୀ ସୂଚନା ଦେଇଛନ୍ତି।ଏଥିରେ ବିଚାରକ ଭାବେ ସୂର୍ଯ୍ୟ ନାରାୟଣ ଜେନା, ପାର୍ଥ ସାରଥି ମହାପାତ୍ର, କ୍ରୀଷ୍ଣା କୁମାରୀ ବିଶ୍ବାଳ,ମନସ୍ମିତା ମହାନ୍ତି, ରେଣୁବାଳା ପ୍ରଧାନ, ଅର୍ଣ୍ଣପୂର୍ଣ୍ଣା ରାଉତ, ରଞ୍ଜନ ମହାନ୍ତି, ଧୀରେନ୍ଦ୍ର ଦାସ ଯୋଗ ଦେଇଥିଲେ।କ୍ରିଡା କାର୍ଯ୍ୟାଳୟ ର କର୍ମଚାରୀ ସୌମ୍ୟ ରଞ୍ଜନ ପୂଜାରୀ, ଦିବାକର ପଟ୍ଟନାୟକ, ଅବିନାଶ ମହାପାତ୍ର, ଲକ୍ଷ୍ମୀଧର ଦାସ ପ୍ରମୁଖ କାର୍ଯ୍ୟ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *