ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର
![](https://teerthkhetra.com/wp-content/uploads/2023/05/IMG-20230523-WA00021.jpg)
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ମକୁଆକାଟେଣୀ ଗ୍ରାମ ରୁ ଆଜି ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏ ସମ୍ପର୍କ ରେ ଗ୍ରାମବାସୀ କଙ୍କଡ଼ାହାଡ଼ ଥାନା ପୋଲିସ କୁ ଖବର ଦେଇଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷା ନଗର ଚିକିତ୍ସାଳୟ କୁ ପଠାଇ ଘଟଣା ର ତଦନ୍ତ କରୁଛି।କଙ୍କଡ଼ାହାଡ଼ ଥାନା ଅଧିକାରୀ ନିର୍ମଳା ଗୋଛୟତ ସୂଚନା ଦେଇଛନ୍ତି ଯେ ଆଜି ଅପରାହ୍ନ ପ୍ରାୟ ତିନିଟା ରେ ଖବର ପାଇ କଙ୍କଡ଼ାହାଡ଼ ପୋଲିସ ଘଟଣାସ୍ଥଳକୁ ଯାଇ ମୃତ ଦେହ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।