ଆଜି ମମତାଙ୍କୁ ଭେଟିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦିଲ୍ଲୀରେ ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂ ସହ ଜଡିତ କେନ୍ଦ୍ର ସରକାରଙ୍କ ନିୟମ ବିରୋଧରେ ସମର୍ଥନ ପାଇବା ପାଇଁ ବିରୋଧୀ ଦଳର ସମସ୍ତ ବଡ ନେତାଙ୍କୁ ଭେଟୁଛନ୍ତି। ଏହି କ୍ରମରେ କେଜ୍‌ରିଓ୍ବାଲ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ବୋଲି ଜଣାପଡିଛି।

ପାର୍ଟି ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଅପରାହ୍ନ ୩ଟା ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ। ଏହି ସମୟରେ କେଜ୍‌ରିଓ୍ବାଲ କେନ୍ଦ୍ର ସରକାର ଆଣିଥିବା ନିୟମ ବିରୋଧରେ ମମତାଙ୍କଠାରୁ ସହାୟତା ଲୋଡ଼ିବେ। ଏଥି ସହିତ ବୁଧବାର କେଜ୍‌ରିଓ୍ବାଲ ମୁମ୍ବାଇରେ ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କୁ ମ୍ୟ ଭେଟିବେ।

Leave a Reply

Your email address will not be published. Required fields are marked *