ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ମିଶନ ଶକ୍ତି ପଖ୍ଯରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ମିଶନ ଶକ୍ତି ପଖ୍ଯରୁ ବସ୍ତା ସିଡିପିଓ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ କରି ସଭାପତି ସସ୍ମିତା ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ଅନୁସାରେ ବ୍ଲକ ର ୩୧ ଟି ପଞ୍ଚାୟତ ର ସଭାପତି ସମ୍ପାଦକ ସହ ମହିଳା ମାନେ ଏକତ୍ରିତ ହୋଇ ଦୁର୍ନୀତି ଗସ୍ତ ସିଡ଼ିପିଓ ଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ। ସିଡିପିଓ ଦିପ୍ତିରାଣି ସିଂହ ତାଙ୍କ ସ୍ବାମୀ ଙ୍କ ପ୍ରରୋଚନାରେ ମିଶନ ଶକ୍ତି ର ମହିଳା ମାନଙ୍କୁ ହଇରାଣ କରିବା, ବ୍ୟାଙ୍କ କାମରେ ସହଯୋଗ ନକରିବା, ଅଙ୍ଗନବାଡ଼ି ପାଇଁ ପ୍ରସ୍ତୁତ ଡ୍ରେସ୍ ବାବଦରେ ବର୍ଷ ବର୍ଷ ଧରି ବିଲ ନକରିବା, ସିଡିପିଓ ତାଙ୍କ ସ୍ବାମୀ ଅଫିସର କାମ କରିବା, ସ୍ବୟଂ ସହାୟକ ଗୋଷ୍ଠୀ ଠାରୁ ପିସି ଆଦାୟ କରିବା, ସଂଘ ବିରୋଧରେ ମିଥ୍ୟା ଆରୋପ ଲଗାଇ ବଦନାମ କରିବା ଇତ୍ୟାଦି ଦାବି କରି ସଂଘ ପକ୍ଷରୁ ସିଡ଼ିପିଓ ଙ୍କ ବଦଳି ଦାବି କରାଯାଇଛି।