ଜୁନ ୧ ପର୍ଯ୍ୟନ୍ତ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଅଡୁଆରେ ଏଏପି ନେତା ମନୀଷ ସିସୋଡିଆ।
ମଙ୍ଗଳବାର ଦିଲ୍ଲୀର ରୌଜ ଏଭିନ୍ୟୁ କୋର୍ଟ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁନ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଏହାପୂର୍ବରୁ ଏହି ମାମଲାରେ ସିସୋଡିଆଙ୍କ ହେପାଜତକୁ ବୃଦ୍ଧି କରାଯାଇଥିଲା। ଦିଲ୍ଲୀର ରୌଜ ଏଭିନ୍ୟୁ କୋର୍ଟ କୋର୍ଟ ଇଡିଙ୍କ ଯୁକ୍ତି ଶୁଣିବା ପରେ ମେ’ ୩୦କୁ ସ୍ବତନ୍ତ୍ର ଜଜ ଏମ.କେ ନାଗପାଲଙ୍କ ରାୟ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *