ଆଜି ପୁଣି ଗଡ଼ିବ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍

ପୁରୀ: ଆଜି ପୁଣି ଗଡ଼ିବ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ । ରବିବାର କାଳବୈଶାଖୀ ଯୋଗୁଁ ଟ୍ରେନ୍ ଯାତ୍ରା ପ୍ରଭାବିତ ହୋଇଥିଲା । ଗତକାଲି ଗୋଟିଏ ଦିନ ପାଇଁ ବନ୍ଦ ରହିଥିଲା ଟ୍ରେନ୍ ଚଳାଚଳ ।

କାଳବୈଶାଖୀ ଯୋଗୁଁ ଗଛ ପଡି ପାଇଲଟଙ୍କ ସାମ୍ନା କାଚ ଭାଙ୍ଗି ଯାଇଥିଲା । ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଜପୁର ଜିଲ୍ଲାର ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅଟକି ରହିଥିଲା । କାଳବୈଶାଖୀ ମାଡ଼ରେ ଉପରେ ଲାଗିଥିବା ବିଦ୍ୟୁତ୍‌ ତାର କ୍ଷତିଗ୍ରସ୍ତ ହେବା ସହ ଲୋକୋ ପାଇଲଟଙ୍କ ସାମ୍ନା କାଚ ଭାଙ୍ଗି ଯାଇଥିଲା ।

ତେବେ ଟାଇମ୍ ମ୍ୟାନେଜ୍ କରିବା ପାଇଁ କାଲି ଗୋଟିଏ ଦିନ ପାଇଁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ବନ୍ଦ ରଖାଯାଇଥିଲା । ସୂଚନାନୁସାରେ, ଗତ ଗୁରୁବାର ମେ ୧୮ ତାରିଖରେ ରାଜ୍ୟରେ ପ୍ରଥମ ଥର ପାଇଁ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଦିଲ୍ଲୀରୁ ଭର୍ଚୁଆଲ ମୋଡ଼ରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ବନ୍ଦେ ଭାରତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୁରୀ ଷ୍ଟେସନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଓ ସାଂସଦ ମଧ୍ୟ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *