ଜଳେଶ୍ଵର ବ୍ଲକ ଜମାଳପୁର ବିଶ୍ବନାଥ ଏକାଡେମୀ ଉଚ୍ଚବିଦ୍ୟାଳୟ ପରିସରରେ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଜଳେଶ୍ଵର ବ୍ଲକ ଜମାଳପୁର ବିଶ୍ବନାଥ ଏକାଡେମୀ ଉଚ୍ଚବିଦ୍ୟାଳୟ ପରିସରରେ ପ୍ଲାଟିନମ କମିଟିର ସଭାପତି ନିତ୍ଯଗୋପାଲ ଦାସ ଙ୍କ ସଭାପତିତ୍ବ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ସୂଚନା ଅନୁସାରେ ଆସନ୍ତା ୨୪ ତାରିଖ ସ୍କୁଲ ର ପ୍ଲାଟିନମ ଜୁବଲି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ଗଣେଶି ଲାଲ, ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ ମାନଙ୍କ ର ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ୨୪ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ଲାଟିନମ ଜୁବଲି ସେଲିବ୍ରେସନ କୁ ସମସ୍ତେ ସହଯୋଗ କରିବାକୁ କମିଟି ପକ୍ଷରୁ ଆହ୍ବାନ ଦିଆଯାଇଛି। କମିଟି ପକ୍ଷରୁ ରାଜିବ କୁମାର ପରିଡ଼ା, ମଧୁସୂଦନ ସେନାପତି, ଅଶୋକ କୁମାର ପରିଡ଼ା, କୁଞ୍ଜବିହାରୀ ଦାଶ, ଉପଦେଷ୍ଟା ରାମକ୍ରିଷ୍ଣ ସାହୁ , ଅଜିତ କୁମାର ପ୍ରମାଣିକ ପ୍ରମୁଖ ଉପସ୍ଥିତ ଥିଲେ।

reporter – ବିଷ୍ଣୁପଦ ପତି

Leave a Reply

Your email address will not be published. Required fields are marked *