ପୋଖରୀରେ ବୁଡ଼ି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ

କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡା ଗ୍ରାମର ବିନଦ ପ୍ରଧାନ ଙ୍କ ଆଠ ବର୍ଷର ପୁଅ ଶୁଭଜିତ ପ୍ରଧାନ ପୋଖରୀ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ଶୁଭଜିତ ପ୍ରଧାନ ସିର୍ତ୍ତିଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଚତୁର୍ଥ ଶ୍ରେଣୀ ରେ ପଢୁଥିଲେ। ସେ ଖରା ଛୁଟି ରେ ନିଜ ମାମୁଁ ଘରକୁ ବୁଲି ଯାଇଥିଲେ। ଆଜି ସକାଳୁ ସାଙ୍ଗ ମାନଙ୍କ ସହିତ ପୋଖରୀ କୁ ଗାଧେଇବା ପାଇଁ ଯାଇଥିଲେ। ସେଠାରେ ଜମ ଛକି ବସିଥିଲା । ଯେମିତି ପାଣିକୁ ଡେଇଂ ପଡିଥିଲା । ଆଉ ସେ ବାହାରକୁ ଆସି ପାରିଲେ ନାହିଁ । ଶେଷରେ ବୁଡ଼ି ଯାଇଥିଲେ, ପିଲାମାନେ ଗ୍ରାମକୁ ଜଣେଇଥିଲେ କିଛି ଲୋକ ତାଙ୍କୁ ଉଦ୍ଧାର କରି କ.ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ।ଆଣିବା ପରେ କ.ନୂଆଗାଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ସ୍ଥଳରେ ପୋଲିସି ପହଁଚି ବାଲିଗୁଡା ଚିକିତ୍ସା ଲୟକୁ ଆଣି ସବ ବେବଛେଦ କରାଗଲା ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।