ନୂଆ ପାସପୋର୍ଟ ପାଇଁ ରାହୁଲଙ୍କୁ ମିଳିଲା ଅନୁମତି, ୩ ବର୍ଷ ପାଇଁ ଦିଆଗଲା ଏନଓସି

ନୂଆଦିଲ୍ଲୀ,୨୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଉଜ ଏଭେନ୍ୟୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି। ତାଙ୍କୁ ବିଶେଷ ଅଦାଲତ ଫ୍ୟେସ ପାସପୋର୍ଟ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ତାଙ୍କୁ ମିଳିଥିବା ଏହି ଏନଓସି ୩ ବର୍ଷ ପାଇଁ ଭ୍ୟାଲିଡ ରହିବ। ସୂଚନାଯୋଗ୍ୟ, ତାଙ୍କର ଏମପି ପଦ ଯିବା ପରେ ସେ ତାଙ୍କ ରାଜନୈତିକ ପାସପୋର୍ଟ ସରେଣ୍ଡର କରି ନିଜ ପାଇଁ ସାଧାରଣ ପାସପୋର୍ଟ ବାହାର କରିବାକୁ ଆବେଦନ କରିଥିଲେ।
ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି, ରାହୁଲ ଗାନ୍ଧୀ ନାଶନାଲ ହେରାଲ୍ଡ ମାମଲାରେ ଜାମିନରେ ଅଛନ୍ତି ଏବଂ ଏହି ଘଟଣାର ସମ୍ବେଦନଶୀଳତାକୁ ବିଚାର କରି ତାଙ୍କୁ ପାସପୋର୍ଟ ପାଇବାକୁ ଏନଓସି ଦିଆଯିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *