ଓକା ଆଇଡଲ ପକ୍ଷରୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ

ପୁରୀ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ଭବନରେ ଓକା ଆଇଡଲ ପକ୍ଷରୁ ପ୍ରତିଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ସଂଯୋଜକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ ଙ୍କ ପରିଚାଳନାରେ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ବସନ୍ତ କୁମାର ଦାସ,ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ,ମୁଖ୍ୟବକ୍ତା ସନ୍ତୋଷ କୁମାର ସେଠୀ,ସମ୍ମାନୀତ ଅତିଥି ଗୀତିକାର ସୁବାସ ପାତ୍ର ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ବିଭାଗର ବିଚାରକ ମଧ୍ୟରେ ପ୍ରକାନ୍ତ ମହାରଣା ବବିତା ଦାସ,ଦିନେଶ ମଲ୍ଲିକ,ସୁବାସ ପାତ୍ର ଥିବାବେଳେ ସଂଯୋଜକ ସଂଯୋଜିକା ମଧ୍ୟରେ ମୋନାଲିସା ଷଢଙ୍ଗୀ ,ବନ୍ଦନା ବେହେରା,ଧୃବ ମୁଦୁଲି.ସନ୍ଜୁକ୍ତା ଦାସ ,ଉର୍ମି ମଲ୍ଲିକ ,ଆର ଭି ପ୍ରତିଭା ପ୍ରମୁଖ ପରିଚାଳନା କରିଥିଲେ। ସଙ୍ଗୀତ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ କେନ୍ଦ୍ରାପଡ଼ା ଦ୍ୱାରା ପରିଚାଳିତ ହୋଇଥିଲା।ପୁରୀର ସଂଯୁକ୍ତା ଦାସ ରଜକ୍ଵିନ ରେ ପ୍ରଥମ ହୋଇଥିବା ବେଳେ ସଂଗୀତରେ ମଧ୍ୟ ପ୍ରଥମ ହୋଇଛନ୍ତି।
ରିପୋର୍ଟ- ପୁରୀରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ