ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା, ମନ୍ଦିରରେ ପ୍ରବେଶ କଲେ ଦେବ ଦମ୍ପତି

ସମ୍ବଲପୁର : ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ମହାଆଡମ୍ବର ସହିତ ମନ୍ଦିରରେ ପ୍ରବେଶ କଲେ ଦେବ ଦମ୍ପତି । ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ।

ଦେବଦମ୍ପତି ସୁସଜ୍ଜିତ ମେଢରେ ବିଜେ କରି ଶୋଭାଯାତ୍ରାରେ ବାହାରିଥିଲେ। ମହାଦେବ ନିଜ ବାହନ ଅଷ୍ଚଧାତୁ ବୃଷଭ ଉପରେ ବିରାଜମାନ କରିଥିବା ବେଳେ, ମାତା ପାର୍ବତୀ ଅଷ୍ଟଧାତୁ ସିଂହ ଉପରେ ବିରାଜ ମାନ କରି, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଂସ୍କତିକ ଦଳର ନୃତ୍ୟ,ବାଦ୍ୟରେ ତାଳତାଳେ ଶ୍ରଦ୍ଧାଳୁ ଝୁମି ଉଠିଥିଲେ। ସମସ୍ତ ପଡାର ପରଭା ସେମାନଙ୍କ ମନ୍ଦିର ନିକଟକୁ ପହଞ୍ଚିବା ପରେ,ଦେବଦମ୍ପତ୍ତିଙ୍କ ମହାଆଳତୀ କରାଯାଇଥିଲା। ପରେ ମାତା ପାର୍ବତୀ ଓ ଭଗବାନ ଶିବ ମନ୍ଦିରକୁ ପ୍ରବେଶ କରିବା ପରେ, ଚଳିତବର୍ଷର ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି।

Leave a Reply

Your email address will not be published. Required fields are marked *