ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି, ନୂଆ ପାସପୋର୍ଟ ପାଇଁ ଏନ୍ଓସି ପ୍ରଦାନ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି। ନୂଆ ପାସପୋର୍ଟ ପ୍ରସ୍ତୁତ କରିବାକୁ ରାହୁଲଙ୍କୁ କୋର୍ଟ ଶୁକ୍ରବାର ଅନୁମତି ଦେଇଛନ୍ତି। ନୂଆ ପାସପୋର୍ଟ ପାଇଁ ଏନ୍ଓସି ପ୍ରଦାନ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ ରାହୁଲ ଗାନ୍ଧୀ । ତିନି ବର୍ଷ ପାଇଁ କୋର୍ଟ ଏନଓସି ଜାରି କରିଛନ୍ତି। ଅର୍ଥାତ୍ ରାହୁଲଙ୍କ ପାସପୋର୍ଟ ତିନି ବର୍ଷ ପାଇଁ ବୈଧ ହେବ |

ଉଲ୍ଲେଖଯୋଗ୍ୟ, ସଂସଦର ସଦସ୍ୟତା ରଦ୍ଦ ହେବା ପରେ ରାହୁଲ ଗାନ୍ଧୀ ତାଙ୍କ କୂଟନୈତିକ ପାସପୋର୍ଟ ସରେଣ୍ଡର କରିଦେଇଥିଲେ। ରାହୁଲ ଏବେ ସାଧାରଣ ପାସପୋର୍ଟ ତିଆରି କରିବାକୁ ଆବେଦନ କରିଛନ୍ତି। ରାହୁଲ ନ୍ୟାସନାଲ ହେରାଲ୍ଡ ମାମଲାରେ ଜଣେ ଅଭିଯୁକ୍ତ । ତେଣୁ ତାଙ୍କୁ ଏକ ନୂଆ ପାସପୋର୍ଟ ପାଇଁ ଏନ୍ଓସି ଆବଶ୍ୟକ ।

ନୂଆ ପାସପୋର୍ଟ ପାଇଁ ରାହୁଲ ଗାନ୍ଧୀଙ୍କ ଆବେଦନକୁ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ବିରୋଧ କରିଥିଲେ । ସେ କହିଥିଲେ ଯେ ଯଦି ରାହୁଲ ବିଦେଶ ଯାଆନ୍ତି ତେବେ ନ୍ୟାସନାଲ ହେରାଲ୍ଡ ମାମଲାର ତଦନ୍ତ ପ୍ରଭାବିତ ହୋଇପାରେ। ତାଙ୍କ ଯୁକ୍ତି ପରେ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ବୈଭବ ମେହେଟ୍ଟା ଶୁଣାଣିକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ।

Leave a Reply

Your email address will not be published. Required fields are marked *