ସିଙ୍ଗନାପୁର ଠାରେ ଶ୍ରୀ ଶ୍ରୀ ଶ୍ରୀ ସୀତାରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

ରାୟଗଡ଼ା ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କତାପେଟା ପଞ୍ଚାୟତର ସିଙ୍ଗିନାପୁର ଠାରେ ବିଶ୍ଵ କଲ୍ୟାଣ ସାଧନା ସମିତି ର ପ୍ରତିଷ୍ଠାତା ପୂଜ୍ୟ ଯୋଗୀ ଶ୍ରୀ ଚୈତନ୍ୟ ରାମ ଜିଙ୍କ ଙ୍କ ତତ୍ତ୍ଵାବଧାନରେ ଶ୍ରୀ ଶ୍ରୀ ଶ୍ରୀ ସୀତାରାମ ପ୍ରସନ୍ନ ହନୁମାନ ଧ୍ୟାନ ସାଧନା କେନ୍ଦ୍ରର ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି |ଏଥିରେ ଆଖପାଖ ଅଂଚଳର ଅନେକ ଭକ୍ତ ମଣ୍ଡଳୀ , ଗ୍ରାମବାସୀ, ତଥା ବିଶିଷ୍ଟ ଓ ବରିଷ୍ଟ ସାଧୁଗଣ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ବିଶେଷ ପୂଜାର୍ଚ୍ଚନା,ଦେବ ଆବାହନ, ସାମୁହିକ ହନୁମାନ ଚାଳିଶା ପାଠ, ନାମ ଯଜ୍ଞ, ଦିବ୍ୟ କଳସ ପୂଜନ, ନଗର ପରିକ୍ରମା ଓ ସଂକୀର୍ତନ କରି ମହା ଆଡମ୍ବର ସହ ପ୍ରତିଷ୍ଠା କର୍ମ ସମ୍ପନ କରାଯାଇଛି | ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର ସ୍ଥିତ ଦେବଗିରି ଆଶ୍ରମର ବାବା କ୍ରାନ୍ତି ସ୍ୱରୂପା ନନ୍ଦ ଗିରି ଙ୍କ ସହ ମହେନ୍ଦ୍ର ଗିରି ବାବା, ସ୍ବାମୀ ନକୁଳାନନ୍ଦ ମହାରାଜ ଯୋଗଦେଇ ଭକ୍ତଙ୍କୁ ଉଚ୍ସାହ କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଗୌରୀ ବାବୁ ଧାର୍ମିକ ବ୍ୟକ୍ତି ରମେଶ ବାବୁ, ଦେବସେନା ରାଜ୍ୟ ସଂଗଠନ ମନ୍ତ୍ରୀ ରାଜେନ୍ଦ୍ର ସାହୁ, ବିଶ୍ଵ ହିନ୍ଦୁ ପରିଷଦ ପଶ୍ଚିମ ଓଡ଼ିଶା ଉପ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର , ଜିଲ୍ଲା ଗୌରକ୍ଷା ପ୍ରମୁଖ, ଅର୍ଜୁନ ଯାଦବ , ସମାଜସେବୀ ଆଲୁ ଶଙ୍କର ରାଓ , କେ ଦିଲିପ୍ ବାବୁ, ସ୍ଥାନୀୟ ସମିତି ମେମ୍ବର , ଦେବଗି ରି ଆଶ୍ରମର ଅନ୍ତେ ବାସିନୀ ସାଧୱି ପୂର୍ଣ୍ଣିମା, ପଦ୍ମାବତୀ , ଧର୍ମାତ୍ମା ବ୍ୟକ୍ତି ବ୍ରଜ ବଲ୍ଲଭ ନାୟକ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଭକ୍ତ ଗଣ ସଙ୍କୀର୍ତ୍ତନ ଦଳ ଗୁରୁ ମୋହନ ଗୁରୁ , ହଳଧର ଭାଇ, ମାଲାନା ଭାଇ ମନ୍ଦିର ନିର୍ମାଣ କର୍ତା ଶ୍ରୀନିବାସ ରାଓ, ରାମ ରାଜୁ ଭାଇ , ରାମ ବାବୁଜୀ ଦକ୍ଷିଣ ହନୁମାନ ମନ୍ଦିରର ପରିଚାଳନା କମିଟି ସଦସ୍ୟ ଚିନାମ୍ ନାଇଡୁ , ଧର୍ମେନ୍ଦ୍ର ପାଣ୍ଡେ ଜି ଗ୍ରାମର ଆବାଳ ବୃଦ୍ଧ ବନିତା ଓ ଅନେକ ମାତୃ ମଣ୍ଡଳୀ ଏହି ଉତ୍ସବର ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *