ରାଜଧାନୀ ଦିଲ୍ଲୀ ରେ ଶ୍ରୀ ନୀଳାଚଳ ସେବାସଙ୍ଘ ଦ୍ୱାରା ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ

ରାଜଧାନୀ ଦିଲ୍ଲୀ ରେ ଶ୍ରୀ ନୀଳାଚଳ ସେବାସଙ୍ଘ ଦ୍ୱାରା ଗତ ଏକୁସି ତାରିଖ ରବିବାର ଠାରୁ ଆୟୋଜିତ ହୋଇଥିବା ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରବଚନ କାର୍ଯ୍ୟକ୍ରମ ଗତ ଗୁରୁବାର ରାତ୍ର ରେ ବିପୁଳ ଉତ୍ସାହ ଶ୍ରଦ୍ଧା ଓ ଭକ୍ତି ଭାବନା ମଧ୍ୟରେ ଉଦଯାପିତ ହୋଇଯାଇଛି.ଅନ୍ତରାଷ୍ଟ୍ରୀୟ ଶ୍ରୀ ଜଗନ୍ନାଥ ଙ୍କ ମହିମା ପ୍ରଚାରକ ତଥା ଜଳକା ଗୁରୁକୃପା କୁଟୀର ର ପ୍ରଥୀଷ୍ଠାତା ବରେଣ୍ୟ ପ୍ରବକ୍ତା ବାବା ସତ୍ୟାନନ୍ଦ ଦାସ ମହାରାଜ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଦୈନିକ ସନ୍ଧ୍ୟା ରେ ପବିତ୍ର ସ୍କନ୍ଦପୁରାଣ ରେ ବର୍ଣ୍ଣିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବିଭିନ୍ନ ଲୀଳା, ମହାତ୍ମ୍ୟ, ଶ୍ରୀକ୍ଷେତ୍ର ର ଲୀଳା, ଶ୍ରୀ ଜୀଉ ମାନଙ୍କ ବିଭିନ୍ନ କଥାବସ୍ତୁ କୁ ଅତି ପ୍ରାଞ୍ଜଳ ଓ ଚମତ୍କାର ଭାବେ ନିଜ ପ୍ରବଚନ ମାଧ୍ୟମରେ ବର୍ଣନା କରିବା ସହ ବିଭିନ୍ନ ପଦ୍ୟ, ଶ୍ଳୋକ, ଛନ୍ଦ, ଭଜନ, ଜଣାଣ ଗାନକରି ଉପସ୍ଥିତ ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ.କେବଳ ଓଡ଼ିଆ କାହିଙ୍କି ଅଣ ଓଡ଼ିଆ ମାନେ ମଧ୍ୟ ବାବା ଙ୍କ ସୁମଧୁର ପ୍ରବଚନ ଶୁଣି ଭାବ ବିହୋଳ ହୋଇ ଉଠିଥିଲେ. ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ସମଗ୍ର ମନ୍ଦିର ବେଢା କୁ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା. ଉଦଯାପିତ ସନ୍ଧ୍ୟା ରେ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ତଥା ଏଲ. ବି ଏସ. ହିସ୍ପିଟାଲ ର ସହଯୋଗୀ ଅଧ୍ୟାପକ ଡା.ଅଶୋକ ଚୌଧୁରୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ପ୍ରବକ୍ତା ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ. ଏହି ପାଞ୍ଚ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଦୈନିକ ଶତାଧିକ ପ୍ରବାସୀ ଓଡ଼ିଆ, ଅଣ ଓଡ଼ିଆ ମନେ ପ୍ରବଚନ ଶୁଣିବାକୁ ଆସିଥିବା ବେଳେ ରାତିରେ ଶ୍ରୀ ନୀଳାଚଳ ସେବା ସଙ୍ଘ ତରଫରୁ ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା.ଉତ୍ସବ ରେ ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ଶ୍ରୀ ନୀଳାଚଳ ସେବା ସଙ୍ଘ ର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ସମ୍ୱର୍ଦ୍ଧିତ କରିବା ସହ ଅନ୍ୟାନ୍ୟ କଳାକାର ଙ୍କୁ ମଧ୍ୟ ଶ୍ରୀ ନୀଳାଚଳ ସେବା ସଙ୍ଘ ର ଅନ୍ୟାନ୍ୟ କର୍ମକର୍ତ୍ତା ସମ୍ବର୍ଦ୍ଧିତ କରିଥିଲେ । ଏହି ଭକ୍ତିରସ ଭରା କାର୍ଯ୍ୟକ୍ରମ ରେ ରାଜସ୍ତାନ ପାହ୍ୟା ର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଜଗଦୀଶ ମହାନ୍ତି, ଆଇନଜିବୀ ଅବନୀ ସାହୁ, ଆଧ୍ୟାତ୍ମିକ ପ୍ରେମୀ ବାଳକୃଷ୍ଣ ପଣ୍ଡା,ବରିଷ୍ଠ ସାମ୍ବାଦିକ ଲଷ୍ମୀନାରାୟଣ ବେବର୍ତ୍ତା ପ୍ରମୁଖ ଯୋଗ ଦେଇଥିବା ବେଳେ ମନ୍ଦିର ଉପସଭାପତି କ୍ଷୀରୋଦ ପାତ୍ର, ଗଜେନ୍ଦ୍ର ପ୍ରସାଦ ସାମନ୍ତ, ମନ୍ଦିର ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ, ଦିଲୀପ ସ୍ବାଇଁ, କାର୍ଯ୍ୟକାରୀ କମିଟି ର ସଦସ୍ୟ ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମହାପାତ୍ର ଏହି ପାଞ୍ଚଦିନିଆଁ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ନନ୍ଦ କିଶୋର ଦ୍ବିବେଦୀ,ଉପେନ୍ଦ୍ର ବେହେରା,ବିପିନ ଦଳାଇ ପ୍ରମୁଖ ଉତ୍ସବ ରେ ସହଯୋଗ କରିଥବା ଦେଖା ଦେଇଥିଲା ।

Leave a Reply

Your email address will not be published. Required fields are marked *