ଇଲେକ୍ଟ୍ରିକାଲ ଡିଷ୍ଟୃବୁଟର ଆସୋସିଏସନ୍ ର ଚତୁର୍ଥ ବୈଠକ ଅନୁଷ୍ଠିତ ହ

ଆସିକା ୨୮/୦୫ ସିଲ୍ଲକି ସିଟି ଇଲେକ୍ଟ୍ରିକାଲ ଡିଷ୍ଟଟ୍ରିବୁଟର ଆଶ୍ସୋସିଏସନ ର ଚତୁର୍ଥ ମାସିକ ବୈଠକ ଉତ୍କଳ ଆଶ୍ରମ ସଭା କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି. ସର୍ବ ପ୍ରଥମେ ଅନୁଷ୍ଠାନ ର ଉପସ୍ଥିତ ସଭ୍ୟ ମାନେ ପ୍ରଭୁ ଜଗରନ୍ନାଥ ଙ୍କ ଠାରେ ଦୀପ ପ୍ରଜ୍ବଳନ କରିଥିଲେ । ଅନୁଷ୍ଠାନ ର ସଭାପତି ଶ୍ରୀ ଧନେଶ୍ୱର ନାୟକ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା ଏବଂ ଉପ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା,ସେକ୍ରେଟାରୀ ଶ୍ରୀ ହରି କୃଷ୍ଟ ମିଶ୍ର ଏବଂ ଜଇଣ୍ଟ ସେକ୍ରେଟାରୀ ଶ୍ରୀ ସୁବାଷ ଚନ୍ଦ୍ର ସାହୁ ମଞ୍ଚାସୀନ ଥିଲେ ଏବଂ ଶ୍ରୀ ମାଧବ ଚନ୍ଦ୍ର ସାବତ, ଶ୍ରୀ k ମୋହନ ରାଓ,ଶ୍ରୀ ରବୀନ୍ଦ୍ର କୁମାର ପୃଷ୍ଟି,ଶ୍ରୀ ଏସ ଏନ ସାହୁ, ଶ୍ରୀ ସଂଗ୍ରାମ କେଶରୀ ଦାସ, ଶ୍ରୀ s ବଦ୍ରି ନାରାୟଣ ପାତ୍ର , ଶ୍ରୀ ch. କ୍ରିଷ୍ଣା ରାଓ ପୃଷ୍ଟି,ଶ୍ରୀ ଶିବ ନାରାୟଣ ପାଣିଗ୍ରାହୀ, ଶ୍ରୀ k. ସୁଶାନ୍ତ କୁମାର ପାତ୍ର,ଶ୍ରୀ ଶରତ ଚନ୍ଦ୍ର ପଟ୍ଟନାୟକ,ଶ୍ରୀ ସନ୍ତୋଷ କୁମାର ସାହୁ ,ଶ୍ରୀ ରଞ୍ଜନ ପାଣିଗ୍ରାହୀ, ଶ୍ରୀ ରବୀନ୍ଦ୍ର ନାଥ ପଣ୍ଡା, ଶ୍ରୀ ଦିବ୍ୟ ଲୋଚନ ସାହୁ ଅନ୍ୟାନ୍ୟ କର୍ମକର୍ତା ମାନେ ଯୋଗ ଦେଇଥିଲେ । ଉକ୍ତ ଅନୁଷ୍ଠାନ ର ମିଶନ ଓ ଭିଜନ ବିଷୟ ରେ ସଭାପତି ଶ୍ରୀ ନାୟକ ଆଲୋଚନା କରିଥିଲେ, ଅନୁଷ୍ଠାନ ର ସମସ୍ତ ସଭ୍ୟଙ୍କ ମତ ଥିଲା ପରସ୍ପର ଆଲୋଚନା ମାଧ୍ୟମ ରେ ଯେକୌଣସି ସମସ୍ୟା ର ସମାଧାନ କରାଯିବ ଏବଂ ଅନୁଷ୍ଠାନ ର ସମସ୍ତ ସଭ୍ୟ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ କରି ଦେଶ ଓ ରାଜ୍ୟ ର ମଙ୍ଗଳ ସାଧନା କରି ଦେଶ ର ଜଣେ ଦାଇତ୍ୱ ବାନ ନାଗରିକ ଭାବେ ଜୀବନ ଜାପାନ କରିବେ । ଉକ୍ତ କାର୍ଯ୍ୟ କ୍ରମର ଶେଷରେ ଜାତୀୟ ସଂଗୀତ ଗାନ କରି ସଭା କାର୍ଯ୍ୟ ସମାପନ କରାଯାଇଥିଲା ।