ଟିଲ୍ଲୋ ଆଥେଲିଟିକ୍ ଆସୋସିଏସନ୍‌ର ସହ ସଂପାଦକ ୰ ମାନସଙ୍କୁ ଶ୍ରଦ୍ଧାଞ୍ଜଳି ।

ଭଦ୍ରକ: ୧୨/୭-ବନ୍ତ ବ୍ଳକର ଟିଲ୍ଲୋ ଆଥଲେଟିକ ଆସୋସିଏସନର ଉପ-ସଭାପତି ମାନସ ରଞ୍ଜନ ନାୟକଙ୍କ (୪୨) ଅକାଳ ବିୟୋଗରେ ବନ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆସୋସିଏସନ୍ ତରଫରୁ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୁତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ ଉପଦେଷ୍ଟା ସୁଧାକର ଧଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି ! ପ୍ରଥମେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୂମନ ଅର୍ପଣ ପୂର୍ବକ ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ! “ସେ ଜଣେ ନୀର୍ଭୀକ , ସାହସୀ, ବନ୍ଧୁ ବତ୍ସଳ, ପରୋପକାରୀ, ଦରଦୀ ତଥା ମେଳାପି ଯୁବକ ଥିବା ସହିତ ସୁ-ସଂଗଠକ ଭାବରେ ସଂପୃକ୍ତ ଅଞ୍ଚଳରେ ବେଶ୍ ପରିଚିତ ଥିଲେ ! କ୍ରୀକେଟ ଖେଳ ପାଇଁ ଅହେତୁକ ଆକର୍ଷଣ ଥିଲା ତାଙ୍କର ସବୁଠାରୁ ପ୍ରୀୟ । ଟିଲ୍ଲୋ ଆଥଲେଟିକ ଆସୋସିଏସନର ଉପସଭାପତି ଭାବରେ ଦୀର୍ଘଦିନ ଧରି ଦକ୍ଷତା ଆଉ ନିଷ୍ଠାର ସହିତ ଦାୟିତ୍ୱ ତୁଲାଇ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ! କୋରୋନାରେ ସଂକ୍ରମିତ ହୋଇ ଭୂବନେଶ୍ଵର ସ୍ଥିତ ସମ୍ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଏ ଅଞ୍ଚଳ ସମେତ ଟିଲ୍ଲୋ ଆଥଲେଟିକ୍ ଆସୋସିଏସନ ପାଇଁ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ହୋଇ ରହିଗଲା ” ବୋଲି ସ୍ମୃତିଚାରଣ ସଭାର ବକ୍ତା ମାନେ ପ୍ରକାଶ କରିଥିବା ବେଳେ ତାଙ୍କ ପରିବାର ବର୍ଗଙ୍କୁ ଦୃଢତା ଓ ଧୈର୍ଯ୍ୟର ସହିତ ଏହି ଦୁଃଖଦ ପରିସ୍ଥିତିକୁ ସାମ୍ନା କରିବା ପାଇଁ ସାହସ ଓ ସାନ୍ତ୍ଵନା ଦେଇଥିଲେ । ଏହି ସ୍ମୃତି ସଭାରେ ଆସୋସିଏସନର ସଭାପତି ଇଂ ଲକି ମାଷ୍ଟର ସ୍ଵାଇଁ, ସ୍ଥାନୀୟ ସରପଞ୍ଚ ନିହାରୀକା ରାଉତ, ଯୁବ ନେତା ତଥା ସମାଜସେବୀ ସ୍ମୃତିରଂଜନ ସ୍ଵାଇଁ, ଯୁବ ଆଇନଜୀବୀ ପରମେଶ୍ଵର ବାରିକ, ଉପଦେଷ୍ଟା ତପନ କୁମାର ମଜୁମଦାର, ରମାକାନ୍ତ ପାଣିଗ୍ରାହୀ, ସାମ୍ବାଦିକ ସଂଗ୍ରାମ କେଶରୀ ଜେନା ଓ ମାର୍କଣ୍ଡ ବେହେରା, ସୁଧାଂଶୁ ଶେଖର ନାୟକ (କୁଟୁଲୁ), ପ୍ରସନ୍ନଜିତ୍ ରାଜ୍, ଏଲ୍. ଅମରଜିତ୍ ସ୍ଵାଇଁ, ସଂପାଦକ – ଅସୀତ କର, ଅଭିଜିତ ସ୍ୱାଇଁ ,ଚିରଞ୍ଜିବ ସ୍ଵାଇଁ, ସୁବାସ ଦାସ ଓ ଲଲାଟ କେଶରୀ ନନ୍ଦ ପ୍ରମୁଖ ବହୁ ମାନସ ପ୍ରେମୀ କୋଭିଡ଼ ନୀୟମ ପାଳନର ସହିତ ଯୋଗ ଦେଇଥିଲେ ଏବଂ ସଭା ଶେଷ ହେବା ପରେ ତାଙ୍କ ପରିବାର ପାଖରେ ପହଞ୍ଚି ତାଙ୍କର ପତ୍ନୀ, ୨କନ୍ୟା ଏବଂ ପରିବାର ବର୍ଗକୁ ସାନ୍ତ୍ଵନା ଦେଇଥିଲେ

Leave a Reply

Your email address will not be published. Required fields are marked *