କୁରୁଜଙ୍ଗ ପଞ୍ଚାୟତରେ ସରପଞ୍ଚଙ୍କ ବ୍ୟାପକ ଅନିୟମିତତା ନେଇ ୱାର୍ଡ ମେମ୍ବର ମାନଙ୍କ ଅଭିଯୋଗ

ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ କୁରୂଜଂଗ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ସରକାରୀ କର୍ମଚାରୀଙ୍କ ମିଳିତ ସହଯୋଗରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ସାମୁହିକ ଭାବେ ସମସ୍ତ ୱାର୍ଡ ମେମ୍ବର ମାନେ ସୋମବାର ପୂର୍ବାହ୍ନରେ କାକଟପୁର ବ୍ଲକ କାର୍ଯ୍ୟାଳୟରେ ପହଁଚି ପ୍ରତିବାଦ କରିବା ସହ ବିଡିଓ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ବର୍ଷକ ମଧ୍ୟରେ ୱାର୍ଡ ମେମ୍ବର ମାନଙ୍କୁ କୌଣସି ପ୍ରକଳ୍ପ ବିଷୟରେ ସୁଚନା ଦିଆଯାଉ ନାହିଁ କିମ୍ବା ସେମାନଂକୁ ପଚରା ଉଚରା କରାଯାଉନାହିଁ। ସରପଞ୍ଚ ରୂପାଲି କାଣ୍ଡି, କର୍ମଚାରୀ ତଥା grs ଆକାଶ ଦାଶ ଓ ପୂର୍ବତନ PEO ସୁବଳ ଜେନାଙ୍କ ସହ ମିଶି ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ୍ ହଡ଼ପ କରିଥିବା ନେଇ ୱାର୍ଡ ମେମ୍ବର ମାନେ ଲିଖିତ ଅଭିଯୋଗ କରିଛନ୍ତି। ୱାର୍ଡ ସଭ୍ୟ ମାନଙ୍କୁ କୌଣସି ବୈଠକରେ ସାମିଲ କରାଯାଉ ନାହିଁ, cfc, sfc, ମନରେଗା ଯୋଜନାରେ ଅନେକ ଅର୍ଥ ଲୁଟ୍ କରିଛନ୍ତି। ଅନେକ ମିଥ୍ୟା ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ସମସ୍ତ ୱାର୍ଡ ମେମ୍ବର ମାନେ କହିଛନ୍ତି। ବର୍ଯ୍ୟବସ୍ତୁ ପରିଚାଳନା ନାରେ କୌଣସି କାର୍ଯ୍ଯ ନକରି ୩ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିବା ସହ, ଲାଇଟ୍ ମରାମତି ନାମରେ ମଧ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ମନରେଗା ଯୋଜନାରେ ମୋ ବଗିଚା କରି ଲୋକଙ୍କ ଠାରୁ ୨ ହଜାର ଟଙ୍କା ଚାନ୍ଦା ନେଇ ମିଥ୍ୟା ବିଲ୍ କରିଛନ୍ତି। ଏପରି ଅନେକ ଅଭିଯୋଗ ନେଇ କୁରୁଜଙ୍ଗ ପଞ୍ଚାୟତର ସମସ୍ତ୍ ୱାର୍ଡ ମେମ୍ବର କାକଟପୁର ବିଡ଼ିଓଙ୍କୁ ଭେଟିବାକୁ ଆସିଥିଲେ। ବିଡିଓ ଅନୁପସ୍ଥିତ ଥିବାରୁ ଅତିରିକ୍ତ ବିଡ଼ିଓଙ୍କୁ ଦାବିପତ୍ର ଦେବା ସହ ଜିଲ୍ଲାପାଳ, ମୂଖ୍ୟମନ୍ତ୍ରୀ, ମୂଖ୍ୟ ଶାସନ ସଚିବ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଶ୍ୱଚ୍ଚ ଶାସନର ଡେଙ୍ଗୁରା ପିଟୁଥିବା ବେଳେ ଦେଖିବାକୁ ବାକି ରହିଲା ସରକାର୍ କେବେ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।