ବିଶିଷ୍ଟ ପ୍ରାବନ୍ଧିକ ୰ଲକ୍ଷ୍ମୀଧର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ପୁରୀ – ୩୦.୦୫.୨୩ ଅନୁରାଗ ସାହିତ୍ୟ ସଂଗୋଷ୍ଠୀ , ପୁରୀ ଆନୁକୂଲ୍ୟରେ ପ୍ରଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ଦାସଙ୍କର ଶୋକ ସଭା ଓଡିଶା ସଙ୍ଗୀତ ପରିଷଦର ପରିସରରେ ଅନୁଷ୍ଠିତ ହୋଇଛି । ସଂଗୋଷ୍ଠୀର ସଭାପତି ବିଜୟଲକ୍ଷ୍ମୀ ଦାଶ ସଭାରେ ଅଧ୍ୟକ୍ଷତା କରିଥିଲେ । ସ୍ୱର୍ଗତ ଦାସ ଥିଲେ ଜଣେ ପରୋପକାରୀ , ମିଷ୍ଟଦ୍ଭାଷୀ , ସାରସ୍ଵତ ସାଧକ , ସାହିତ୍ୟ ଅନୁରାଗୀ ଓ ମାନବବାଦୀ ବ୍ୟକ୍ତିତ୍ୱ । ସେ ପ୍ରାଥମିକ ଶିକ୍ଷା ସ୍ତରରୁ ପ୍ରଧ୍ଯାପକ ଭାବରେ ବେଶ ପ୍ରତିଷ୍ଠା ଲାଭ କରିଥିଲେ । ତାଙ୍କର ଆତ୍ମୀୟତା , ମଧୁର ବ୍ୟବହାର, ତୃପ୍ତ ବତ୍ସଳତା ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ବୁଦ୍ଧ କରିଛି । ଶୋକ ସଭାକୁ ସଂଯୋଜନା କରିଥିଲେ କାର୍ଯ୍ୟକାରୀ ସଂପାଦକ ଶିବ ସୁନ୍ଦର ମିଶ୍ର । ସଂଗୋଷ୍ଠୀର ସାଧାରଣ ସମ୍ପାଦକ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ସ୍ପର୍ଗତ ଦାସଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ । ଶ୍ରଦ୍ଧାଞ୍ଜଳୀ ସଭାରେ ଅତିଥି ଭାବରେ ଯୋଗ ଦେଇଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ , ଅଧ୍ୟାପକ ଡକ୍ଟର ପ୍ରମୋଦ କୁମାର ଦଳାଇ , ସଭାରେ ସତ୍ୟନାରାୟଣ ମିଶ୍ର , ସଦାଶିବ ମିଶ୍ର , ସୁରେଶ କୁମାର ପଟ୍ଟନାୟକ , ଆଶାଲତା ପ୍ରଧାନ, ଡାକ୍ତର ରାନୁ ମିଶ୍ର, କୃଷ୍ଣ ଚନ୍ଦ୍ର ରଥ , ଗଦାଧର ନନ୍ଦ , ସୁବାସ ଚନ୍ଦ୍ର ମିଶ୍ର , ରବୀନ୍ଦ୍ରନାଥ ପଟ୍ଟନାୟକ, ନାରାୟଣ ଚନ୍ଦ୍ର ସିହ୍ନା , ଜଗନ୍ନାଥ ସାହୁ , ସୁବାସିନୀ ଶତପଥୀ, ମଂଜୁଶ୍ରୀ ମିଶ୍ର , ବିପିନ୍ ବିହାରୀ ଦଳାଇ , ଅଧିବକ୍ତା ରତିକାନ୍ତ ପ୍ରତିହାରୀ , ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ , ଡଃ ସସ୍ମିତା ମିଶ୍ର ପ୍ରମୁଖ ଯୋଗ ଦେଇ ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।