ବନ୍ଧ୍ୟା ନିରାକରଣ ଯୋଜନା ର ୬ ମାସ ପରେ ବି ମିଳୁନି ହିତାଧିକାରୀ ଙ୍କ ପଇସା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ମେଡିକାଲ ଅଧୀନ ରେ ଚାଲୁଥିବା ମେଡିକାଲ ଗୁଡ଼ିକ କୁ କେଉଁଠି ଡ଼ାକ୍ତର ନାହାନ୍ତି ତ, କେଉଁଠି ଘର ନାହିଁ, ଯେଉଁଠି ବି ଅଛନ୍ତି ସକାଳେ ଆସି , ଉପରବେଳା କୁ ନାହିଁ । ଯୋଜନା ଏଠି ସବୁ ପ୍ରକାର ଫେଲ୍ ମାରୁଛି । ଏହି ମେଡିକାଲ ଅଧୀନ ରେ ବିରିବୋଲେଇ ଏବଂ ମହାବିରୋଡ ୨ ଟି ସେକ୍ଟର ଅଛି ।୯ ଗୋଟି ପଞ୍ଚାୟତ କୁଟୁରିଆ , ମହାବୀର ରୋଡ, ଘ।ଗରମୁଣ୍ଡ।, ବିରୀବୋଲେଇ, ଚାନ୍ଦପୁର, ଝିଲ୍ଲି,ଗଡପଲ।ସୁନି, ପଙ୍ଗ।ତିର। ପ୍ରଭୁତି ପଞ୍ଚାୟତ ର ହିତାଧିକାରୀ ୧୯/୦୧/୨୦୨୩ତାରିଖ ଠାରୁ ବନ୍ଧ୍ୟା ନିରାକରଣ ଯୋଜନା ରେ ବିରା ଶାଳ ମେଡିକାଲ କୁ ଯାଇ ଅପରେସନ ହୋଇଥିଲେ ।୬ ମାସ ସରିବାକୁ ବସିବ ଅଥଚ ସରକାର ଙ୍କ ପ୍ରଦତ୍ତ ଟଙ୍କା ଏଯାବତ୍ ହିତାଧିକାରୀଙ୍କ ପାଖକୁ ଆସିପରିଲ। ନାହିଁ । ଏହି ପଞ୍ଚାୟତ ଗୁଡ଼ିକ ରୁ ଅପରେସନ ପାଇଁ ୮୦୦ ରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ , (ଯେହେତୁ ପାଖାପାଖି ମେଡିକାଲ କୁ ୩୦ କିମି ହେବ) ଅଟୋ କରିକି ନେଇଛନ୍ତି ବୋଲି ଆମ୍ଭ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି। ସେମାନେ ଯୋଜନା ରୁ ପାଇବେ ୧୪୦୦ ଟଙ୍କା। ଗାଡ଼ି ଭଡ଼ା ରେ ଗଲା ୧୦୦୦। ଆଉ ୪୦୦ ଟଙ୍କା ପାଇବାକୁ ଧାଇଁ ଲେଣି ୬ ମାସ । ସରକାର ଙ୍କ ଯୋଜନା ଅନୁସାରେ ଏଥିପାଇଁ ଗସ୍ତ ଖର୍ଚ୍ଚ ଦେବା ର ମଧ୍ୟ ଯୋଜନା ଥିଲାବେଳେ ମିଥ୍ୟା ଭାଉଚର କରି ବିଲ୍ କରାଯାଉଥିବା ର ମଧ୍ୟ ଅଭିଯୋଗ ହୋଇଛି । ଖବର ନେବାରୁ ଜଣାଯାଇଛି ଗଡପଲ।ସୁନି ରୁ ୧୫ ଜଣ, ମହାବୀର ରୋଡ ୧୭ଜଣ, କଟୁରିଆ ୮ ଜଣ, ମଦରଗ। ମୁଣ୍ଡା ୩ ଜଣ, ଗୋଲଗଡିଆ।୬, ଚାନ୍ଦପୁର ୪ ଏମିତି ୫୩ ଜଣ ଟଙ୍କା ପାଇ ପାରିନାହାନ୍ତି । ଏକ ସପ୍ତାହ ମଧ୍ୟ ରେ ଆମ୍ଭ ଟଙ୍କା ପ୍ରଦାନ ନକଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ସମସ୍ତେ ଧାରଣ। ଦେବେ ବୋଲି ବିନତୀ ସାହୁ, ଜୟନ୍ତୀ ବେହେରା, ଗୁରୁବାରି ଷେଣ୍ଢ, ସବିତା ଷେଣ୍ଢ, ପ୍ରମିଳା ବେହେରା, ସୁଭଦ୍ରା ମୋହ। ରୋ ଆମ୍ଭ ଗଣମାଧ୍ୟମ ପ୍ରତିନିଧି ଙ୍କ ଆଗରେ ପ୍ରକାଶ କରିଛନ୍ତି । ଏଥି ପ୍ରତି ଜିଲ୍ଲାପାଳ ମହୋଦୟ ସ୍ଵତନ୍ତ୍ର ଦୃଷ୍ଟିଦେବାକୁ ମଧ୍ୟ ହିତାଧିକାରୀ ମାନେ ମଧ୍ୟ ନିବେଦନ କରିଛନ୍ତି।