ମାଳତୀ ପାଟପୁର ୱାଟର ପାର୍କରେ ଦାଦବାଟୀ ଆଦାୟ

ପୁରୀ ସଦର ଅଂଚଳରେ ଥିବା ମାଳତୀ ପାଟପୁର ୱାଟର ପାର୍କ ରେ ଦାଦବାଟୀ ଆଦାୟ ଓ ବୋମା ମାଡ ଘଟଣା ରେ 7ଜଣ କୁ ଗିରଫ ଚନ୍ଦନ ପୁର ଥାନା ପୋଲିସ l ଅଭିଯୁକ୍ତ ଙ୍କ ଠାରୁ 3ଟି ଦେଶୀ ବନ୍ଧୁକ ସହ 4ଟି ଜୀବନ୍ତ ଗୁଳି ଏବଂ ଦୁଇଟି ମୋବାଇଲ ଜବତ କରିଛି ଚନ୍ଦନ ପୁର ଥାନା ପୋଲିସ l ଗତ 25ତାରିଖ ରେ ମାଳତୀ ପାଟପୁର ସ୍ଥିତ ୱାଟର ପାର୍କ ର ମାଲିକ ଙ୍କୁ ଉକ୍ତ ଅଞ୍ଚଳ ର ପ୍ରକାଶ ଗୋଷ୍ଠୀ ର ଜଣେ ଯୁବକ ପର୍କିଙ୍ଗ ଓ 10ଟି ୱାଟର ପାର୍କ ଟିକେଟ ଦେବା ପାଈଁ ଦାବି କରିଥିଲେ ୱାଟର ପାର୍କ ମାଲିକ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ l ଉକ୍ତ ଖବର ପ୍ରକାଶ ଗୋଷ୍ଠୀ ଜାଣିବା ପରେ ପ୍ରକାଶ ର ସହଯୋଗୀ ରାଜୁନି ପ୍ରକାଶ କୁ ଗାଡି କିଣିବା ଲାଗି ଏକ ଲକ୍ଷ ଟଙ୍କା ଦାବି କରିଥିଲେ l ପ୍ରକାଶ ଟଙ୍କା ନ ଦେବାରୁ ରାଜୁନି ୱାଟର ପାର୍କ ରେ 3ଟି ବୋମାମାଡ଼ କରିଥିଲେ ବୋମା ମାଡ ପରେ ୱାଟର ପାର୍କ ମାଲିକ ଚନ୍ଦନ ପୁର ଥାନା ରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାର ରେ ଚନ୍ଦନ ପୁର ପୋଲିସ ପ୍ରକାଶ କୁ ଅଟକ ରଖି ପଚରା ଉଚ୍ଚାର ସମୟରେ ପୋଲିସ ଜାଣିବାକୁ ପାଇଲା ପ୍ରକାଶ ର ଗୋଷ୍ଠୀ ଦୁଇ ଭାଗ ହୋଇଛି l ବୋମା ମାଡ କରିଥିବା ଅପରାଧୀ ଙ୍କୁ ପୋଲିସ ଗିରଫ କରିବା ପରେ ବୋମା ମାରିଥିବା ଗୋଷ୍ଠୀ ପୁନର୍ବାର ଗୁଳିକାଣ୍ଡ ଘଟାଇଥିଲେ l ଗୁଳିକାଣ୍ଡ ଘଟଣା ଜଣେ ଆହତ ହେଵା ସହ ଅନ୍ୟ ତିନି ଜଣକୁ ଆକ୍ରମଣ କରାଯାଇଥିଲା ଚନ୍ଦନ ପୁର ଥାନା ପୋଲିସ ଉକ୍ତ ଘଟଣା ରେ ସମୁଦାୟ 7ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦନ ପୁର ପୋଲିସ l