ଲକ୍ଷ୍ମୀପୁର ବ୍ଲକ ସଦର ଠାରେ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ପୁରୁଣା ବଜାର ସ୍ଥିତ ନୂତନ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆଜି ଶେଷ ହୋଇଜାଇଛି।ପୁରି ଜିଲ୍ଲାର ସେବାୟତ ଦଇତାପତିଙ୍କ ସହ ଗଞ୍ଜାମ ଜିଲ୍ଲାର ବ୍ରାହ୍ମଣ ପୁରୋହିତ ମାନେ ୫ଦିନ ଧରି ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ହୋମଯଜ୍ଞ ମାଧ୍ୟମରେ ମନ୍ଦିର ପ୍ରତିଷ୍ଠା କରିଥିଲେ। ପ୍ରାୟ ୪୦ ରୁ ଉର୍ଧ ପାର୍ଶ୍ବ ଦେବାଦେବିଙ୍କ ପ୍ରାଣ ପ୍ରତିଷ୍ଠା କରାଯିବା ପରେ ମନ୍ଦିର ଉପରେ ନିଳଚକ୍ର ବାନା ସ୍ଥାପନା କରା ଜାଇଥିଲା।ସୋମବାର ଦିନ ବିରାଟ ପଟୁଆର ହଜାର ହଜାର ଭକ୍ତ ଙ୍କ ଉପସ୍ତିତିରେ ଭବ୍ୟମନ୍ଦିର ପରିସର ଭିତରେ ଚତୁର୍ଦ୍ଧା ମୂର୍ତି ଙ୍କୁ ପ୍ରବେଶ କରାଯାଇଥିଲା।ପ୍ରତିଷ୍ଠା ଉତ୍ସବ ସକାଶେ ଲକ୍ଷ୍ମୀପୁର ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ସୁନ୍ଦର ଆଲୋକ ସଜ୍ଜାରେ ସଜ୍ଜିତ କରାଯାଇଥିଲା। ।ଗତ ୫ଦିନ ଧରି ହଜାର ହଜାର ଭକ୍ତଙ୍କ ଅନ୍ନ ପ୍ରଶାଦର ବ୍ୟବସ୍ତା କରାଯାଇଥିଲା। ପ୍ରତିଷ୍ଟା ଉତ୍ସବରେ ଅଙ୍କୁର ରୋପଣ ,କଳସ ଯାତ୍ରା,ସୂର୍ଯ୍ୟ ପୂଜା,ଦେବତା ମହାସ୍ନାନ ,ପ୍ରାଣ ପ୍ରତିଷ୍ଠା,ନାମଯଞ୍ଜ,ପୁର୍ଣାହୁତି, ଚତୁରର୍ଦ୍ଧା ମୂର୍ତି ଙ୍କ ମନ୍ଦିର ପ୍ରବେଶ ,କରାଯାଇଥିଲା। ଏଥି ସହ ୩ଦିନ ଧରି ଭଜନ ସମାରହ ,ପ୍ରବଚନ ,ଅଷ୍ଟ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ଦିର୍ଘ ୨୮ ବର୍ଷ ପରେ ସରକାରି ସାହାଯ୍ୟ ବିନା ଅଞ୍ଚଳର ବଦାନ୍ୟ ବ୍ୟକ୍ତିଙ୍କ ଦାନ ଧର୍ମରେ ପ୍ରାୟ କୋଟିଏ ରୁ ଉର୍ଧ ଟଙ୍କାରେ ନିର୍ମିତ ମନ୍ଦିର କୁ ଦେଖି ଭକ୍ତଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଥିଲା।ମନ୍ଦିର ପରିଚାଳନା କମିଟି ସହ ଗ୍ରାମବାସିଙ୍କ ପୁର୍ଣ ସହଯୋଗରେ ପ୍ରତିଷ୍ଟା ଉସ୍ଛବ ସମାପ୍ତ ହୋଇପାରିଛି।କାର୍ଯ୍ୟକ୍ରମ ଅବସର ରେ ମୈତ୍ରୀ,ବେଦାନ୍ତ,ଉତ୍କଳ ଆଲୁମିନା ଓ ଏଆରଏସଏସ୍ କମ୍ପାନି ସହ କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ,ସ୍ତାନୀୟ ପୁରବ୍ତନ ବିଧାୟକଙ୍କ ସମେତ କୋରାପୁଟ ମୁନସିପାଲଟି ଅଧ୍ୟକ୍ଷ,ସ୍ତାନୀୟ ବିଡିଓଙ୍କ ସମେତ କୋରାପୁଟ ନବରଙ୍ଗପୁର ରାୟଗଡା ଭଳି ଜିଲ୍ଲାର ଅନେକ ଭକ୍ତ ଏଇ ପ୍ରତିଷ୍ଠା ଉତ୍ସବରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *