ବଜ୍ରାପାତରେ ୧ ମୃତ୍ୟୁ ୨ ଆହାତ

ଢେଙ୍କାନାଳ :୧୩/୦୭-ବଜ୍ରାପାତରେ ୧ ମୃତ୍ୟୁ ୨ ଆହାତ। ମୃତକ ହେଲେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ମହୁଲିଆପସି ଗ୍ରାମର ରାଜୁ ଲମେଇ। ଗୁରତର ହେଲେ ସେହି ଗ୍ରାମର ଶୁସାନ୍ତ ମୁଦୁଲି ଓ ପ୍ରାଣବନ୍ଧୁ ବେହେରା। ସୁଚନା ମୁତାବକ ଆଜି ଦିନ ପ୍ରାୟ ୧.୩୦ ବେଳକୁ ଏମାନେ ସମସ୍ତେ ବିଲରେ କାମକରୁଥିବା ବେଳେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା। ବିଲ ନିକଟରେ ଥିବା ଗଛତଳେ ଆଶ୍ରୟ ନେଉଥିବା ସମୟରେ ବଜ୍ରାପାତ ହୋଇଥିଲା। ଫଳରେ ୩ ଜଣଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାଜୁକୁ କାମାକ୍ଷାନଗର ମେଡିକାଲ ପଠାଇଥିବା ବେଳେ ଶୁସାନ୍ତ ଓ ପ୍ରାଣବନ୍ଧୁଙ୍କୁ ପରଜଙ୍ଗ ମେଡିକାଲରେ ଭର୍ତି କରିଥିଲେ। ରାଜୁକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶୁସାନ୍ତ ଓ ପ୍ରାଣବନ୍ଧୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

Leave a Reply

Your email address will not be published. Required fields are marked *