ପାକିସ୍ତାନରେ ଖାଦ୍ୟ ସଙ୍କଟ ଅଧିକ ଗୁରୁତର ହେବ: ଜାତିସଂଘ

ଜେନେଭା,୧।୬ : ଜାତିସଂଘର ହଙ୍ଗର ହଟସ୍ପଟ ଗୁରୁତର ଖାଦ୍ୟ ନିରାପତ୍ତା ଉପରେ ପ୍ରାରମ୍ଭିକ ଚେତାବନୀ ଶୀର୍ଷକ ଏକ ରିପୋର୍ଟରେ ଚେତାବନୀ ଦିଆଯାଇଛି ପାକିସ୍ତାନର ବର୍ତ୍ତମାନର ଖାଦ୍ୟ ସଙ୍କଟ ଆସନ୍ତା ମାସରେ ଆହୁରି ଖରାପ ହୋଇପାରେ। ଖାଦ୍ୟ ଏବଂ କୃଷି ସଂଗଠନ ତଥା ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଦେଶରେ ଆର୍ଥିକ ସଙ୍କଟ ସହିତ ରାଜନୈତିକ ସ୍ଥିତି ଚିନ୍ତା ଜନକ ରହିଛି।

ଭାରତ, ଆଫଗାନିସ୍ତାନ, ପାକିସ୍ଥାନ ଏବଂ ଇରାନ ଉପରେ ବିଶ୍ୱସ୍ତରୀୟ ବିଶ୍ଳେଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ନିକ୍କେ ଏସିଆ ରିପୋର୍ଟ ଆଧାରରେ ଜାତିସଂଘ ଏଭଳି କହିଛି॥ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ କ୍ଷୁଧା ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଅଞ୍ଚଳରେ ସାହାଯ୍ୟ କରିବାକୁ ଏହି ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଜାତିସଂଘ କହିଛି।

Leave a Reply

Your email address will not be published. Required fields are marked *