କେନାଲ ରେ ବୁଡି ଦୁଇ ଜଣ ନାବାଳକ ଙ୍କ ମୃତ୍ୟୁ

ତାଳଚେର ସମଲ୍ ବ୍ୟାରେଜ ଦକ୍ଷିଣ ଶାଖା କେନାଲ ଗୁରୁଜାଙ୍ଗ ଗ୍ରାମ ନିକଟ କେନାଲ ରେ ଦୁଇ ଜଣ ନା ବାଳକ ପାଣି ରେ ବୁଡି ମୃତ୍ୟୁ ହୋଇଛି। ମୃତ ଦୁଇ ବାଳକ ଙ୍କ ନା ଓମ୍ ପାଣି ଏବଂ ସାନୁ ପାଣି ଉଭୟ ନା ବାଳକ ହାଇ ସ୍କୁଲ ଛାତ୍ର ଗାଧେଇ ଯାଇଥିବା ବେଳେ ପାଣି ରେ ବୁଡି ଉଭୟ ଙ୍କ ମୃତ୍ୟୁ ହୋଇଛି।ସ୍ଥାନୀୟ ଲୋକ ଙ୍କ ସହାୟତାରେ ବହୁ ଖୋଜାଖୋଜି ପରେ ଅଚେତ୍ ଦୁଇ ବାଳକ କୁ ଉଦ୍ଧାର କରାଯାଇ ତାଳଚେର ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରଯାଇଥିଲା ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ଉଭୟ ଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆ ଯାଇଛି।