କୈଳାସଙ୍କ ପଛରେ ବାହାରିଲେ ଶତାଧିକ କର୍ମୀ ,ଜିଲ୍ଲା ସଭାପତିଙ୍କ ନିଷ୍ପତିକୁ ଘୋର ବିରୋଧ

ଲକ୍ଷ୍ମୀପୁର.୧୩/୦୭-ଲକ୍ଷ୍ମୀପୁର ନିର୍ଚାନ ମଣ୍ଡିଳିର ପୁର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଦଳରୁ ଇସ୍ତଫା ଦେବା ଘଟଣାକୁ ଏବେ ଦଳୀୟ କର୍ମୀ ସହଜରେ ଗ୍ରହଣ କରିପାରି ନାହାନ୍ତି।ଆଜି ଲକ୍ଷ୍ମୀପୁର ସମେତ ଦସମନ୍ଥପୁର,ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ସମସ୍ତ କର୍ମି ତାଙ୍କ ସପକ୍ଷରେ ବାହାରି ଦୁଇଟି ବ୍ଲକର ସଭାପତିଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଏଥିସହ ତାଙ୍କ ଇସ୍ତଫାକୁ ରଦ କରିବା ପାଇଁ ଆଜି ଏକତ୍ରୀତ ହୋଇଛନ୍ତି।ଏନେଇ ସ୍ତାନିୟ ପୁର୍ତ ବିଭାଗ ବଙ୍ଗଳା ଠାରେ ରାଜିବ ଗାନ୍ଧି ପଞ୍ଚାୟତିରାଜ୍ ସଂଗଠନ ସମ୍ପାଦକ ରୁପକ ତୁରୁକୁଙ୍କ ନେତୃତ୍ଵରେ ଏକ ସାଧାରଣ ସଭାର ଆୟୋଜନ କରା ଜାଇଥିଲା।ସମୁହ କର୍ମି ମାନେ ପ୍ରଥମେ ନିଜନିଜ ଭିତରେ ଆଲୋଚନା କରିବା ପରେ ଶ୍ରୀଯୁକ୍ତ କୁଲେସିକାଙ୍କୁ ମଧ୍ୟ ବୈଠକରେ ଆମନ୍ତ୍ରିତ କରା ଜାଇଥିଲା।ସମସ୍ତ କର୍ମିଙ୍କୁ ଆସ୍ଵସନା ଦେଇଥିଲେ ଶ୍ରୀଯୁକ୍ତ କୁଲେସିକା, ଯେଉଁମାନଙ୍କ ବିରୋଧରେ ସିଏ ଅଭିଯୋଗ କରିଥିଲେ ସେମାନଙ୍କୁ ଦଳରୁ ନକାଢିଲେ ସିଏ ନେଇଥିବା ନିଷ୍ପତି କାଏମ ରହିବ ବୋଲି କହିଥିଲେ।ଜିଲ୍ଲା ସଭାପତି କିପରି ଚଞ୍ଚକତା କରି ଏସୁବୁ ଘଟଣା ଘଟାଇଛନ୍ତି। ତୁରନ୍ତ ତାହା ପ୍ରତ୍ୟାହର କରାଯାଉ ବୋଲି କର୍ମୀଙ୍କ ମହଲରେ ମଧ୍ୟ ଦାବି ହୋଇଛି।ନଚେତ ଆଗାମି ଦିନରେ ସମସ୍ତ କର୍ମି ରାଜ୍ୟ ପ୍ରଭାରି ଚେଲା କୁମାର ଓ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କୁ ଭେଟି ତାଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି। କୋରାପୁଟ କଂଗ୍ରେସର ଜିଲ୍ଲା ସଭାନେତ୍ରୀଙ୍କ ନିଷ୍ପତ୍ତି କ୍ରମେ ଦସମନ୍ଥପୁର ଓ ନାରାୟଣପାଟଣା ବ୍ଲକ କଂଗ୍ରେସ ସଭାପତି ଚୟନକୁ ନେଇ ଶ୍ରୀଯୁକ୍ତ କୁଲେସିକା କିଛିଦିନ ତଳେ ଦଳରୁ ଇସ୍ତଫା ଦେଇଥିବା ଖବର ଚାରିଆଡେ ପ୍ରକଟ ହୋଇଥିଲା।କିନ୍ତୁ ଘଟଣାଟି ସତ୍ୟ ହୋଇଥିଲେ ମଧ୍ୟ ତାଙ୍କ ଇସ୍ତଫାକୁ ଏଜାଏଁ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଗ୍ରହଣ କରାଯାଇନଥିବା ଜଣାପଡିଛି।