ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଖୋର୍ଦ୍ଧା ନିଉଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ବ୍ରାଞ୍ଚ ମ୍ୟାନେଜର ଶ୍ରୀ ସଞ୍ଜୟ କୁମାର ସାହୁ ଙ୍କୁ ଚାକିରୀରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଖୋର୍ଦ୍ଧା ବ୍ରାଞ୍ଚ ଅଫିସର ରେ ପାଳନ କରାଯାଇଥିଲା। କର୍ପୁର ଉଡିଯାଏ କନା ଖଣ୍ଡିକ ପଡ଼ି ରହେ, ସେହିପରି, ଶ୍ରୀ ସାହୁ ଜଣେ ଭଦ୍ର ନିର୍ଭିକ ଓ ମେଳାପି ବ୍ୟକ୍ତିତ୍ଵ ଥିଲେ। ଉନ୍ନୟନ ଅଧିକାରୀ ରୁ କାର୍ଯ୍ୟ ଆରମ୍ଭ କରି ପଦର୍ନ୍ଵତି ପାଇ ଆସିଷ୍ଟାଣ୍ଟ ମ୍ୟାନେଜର ପର୍ଯ୍ୟନ୍ତ ଦାୟିତ୍ଵ ରେ ଥିଲେ। ଏହି ବିଦାୟକାଳିନ ଉତ୍ସବ ରେ ବ୍ରାଞ୍ଚ ମ୍ୟାନେଜର ଅବସର ପ୍ରାପ୍ତ ସିନିୟର୍ ବ୍ରାଞ୍ଚ ମ୍ୟାନେଜର ଉନ୍ନୟନ ଅଧିକାରୀ ସମସ୍ତ କର୍ମଚାରୀ ଓ ଏଜେଣ୍ଟ ବନ୍ଧୁମାନେ ଉପସ୍ଥିତ ରହି ନିଜ ନିଜର ଅଭୁଲା ସ୍ମୃତି କୁ ମନେପକାଇ ବକ୍ତବ୍ୟ ରଖିଥିଲେ। ଶ୍ରୀ ସାହୁ ଙ୍କୁ ଫୁଲ ତୋଡା ଦେଇ ବିଦାୟ ଅଭିନନ୍ଦନ ଜଣାଇଥିଲେ ।ରିପୋର୍ଟ- ପ୍ରମୋଦ ମହାପାତ୍ର,ଖୋର୍ଦ୍ଧା ।

Leave a Reply

Your email address will not be published. Required fields are marked *