ଚାକିରୀ ସୁରକ୍ଷା ଓ ସମାନ କାମକୁ ସମାନ ଦରମା ପାଇଁ ଧନ୍ଦାମୂଳକ ପ୍ରଶିକ୍ଷକ ମାନଙ୍କ ଧାରଣା

ଭୁବନେଶ୍ୱର- ଆଜି ଲୋୟର ପିଏମଜୀରେ ଧନ୍ଦା ମୂଳକ ପ୍ରଶିକ୍ଷକ ମାନଙ୍କର ଶାନ୍ତି ପୁର୍ଣ ଧାରଣା ଚାଲିଥିଲା ମୁଖ୍ୟତଃ ଦୁଇଟି ଦାବି ଯଥା ସମାନ କାମକୁ ସମାନ ଦରମା, ପୂର୍ଣ୍ଣ ଶିକ୍ଷକତା ସହ ଚାକିରୀ ସୁରକ୍ଷା। ଏହି ଦାବି ପୂରଣ ପାଇଁ ଶିକ୍ଷକ ମାନେ ଗୋଟିଏ ବର୍ଷରେ ପାଞ୍ଚ ଥର ଆନ୍ଦୋଳନ କଲେଣି ହେଲେ ସରକାର କିଛି ଦୁଃଖ ଶୁଣୁନାହାନ୍ତି। ମାନ୍ୟବର ସୁପ୍ରିମ କୋର୍ଟଙ୍କ ଗାଇଡଲାଇନ ଅନୁସାରେ ସମାନ କାମକୁ ସମାନ ଦରମା ଦେବା ନିୟମ କିନ୍ତୁ ସରକାର ଅନ୍ୟାୟ କରୁଛନ୍ତି, ଆଉ ଗୋଟିଏ କଥା ହେଲା ସରକାର ସିଧା କର୍ମଚାରୀ ମାନଙ୍କୁ ଦରମା ନ ଦେଇ ଏଜେନସି ମାଧ୍ୟମରେ କାହିଁକି ଦରମା ଦେଇ ଏଜେନସି କୁ ପୋଶୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ଆଉଟ ସୋର୍ସିଙ୍ଗ କର୍ମଚାରୀ ସଙ୍ଘର ଆଡ଼ଭାଇଜର ବିଜୟ ମଲ୍ଲ। ଏଜେନସି ମାନେ କର୍ମଚାରୀ ମାନଙ୍କ ଦରମାରୁ ମୁଖ୍ୟ ଭାଗ କାଟି ରଖି ଦେଇଥାନ୍ତି ଏବଂ ତିନି ଚାରି ମାସରେ ମନ ଇଛା ଦରମା ଦେଉଥିବାରୁ ସରକାର ନିଜେ କର୍ମଚାରୀ ମାନଙ୍କୁ ଦରମା ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ଶ୍ରୀ ମଲ୍ଲ। ସେହିପରି କମ୍ପାନୀ ମାନଙ୍କ ପାଖରେ ଆମ ଚାକିରୀ ସୁରକ୍ଷିତ ନାହିଁ, କମ୍ପାନୀ ମାନେ ଇପିଏଫ ଇଏସଆଇ ଠିକ ଭାବେ ଠିକ ସମୟରେ ଦେଉନାହାନ୍ତି, କମ୍ପାନୀ ମାନେ ମନ ଇଛା ଆମକୁ ଖଟାଇ ଚାରି ଛ ମାସ ଦରମା ନ ଦେଇ ପଳାଇଯିବାପରେ ଆଉ ନୂଆ କମ୍ପାନୀ ଆସିଲା ପରେ ପୂର୍ବ କମ୍ପାନୀ କଣ ବାକି ରଖିଛନ୍ତି କିଛି ଶୁଣୁ ନଥିବାରୁ ଏହି ସମସ୍ତ ବିଷୟରେ ସରକାର ନିଜେ ବୁଝିବା କଥା, ନଚେତ ଆମ ଚାକିରୀ ସୁରକ୍ଷା ପାଇଁ ଅନିର୍ଦିଷ୍ଟ କାଳ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି ଭୋକେସନାଲ ଟ୍ରେନର୍ସ ଆସୋସିଏସନର ସଭାପତି ସୁନୀଲ କୁମାର ଦେବତା।
ରିପୋର୍ଟ – ବିଜୟ ନନ୍ଦ, ଭୁବନେଶ୍ୱର।