ଅଜଣା ସର୍ପାଘାତରେ ଯୁବକଙ୍କ ମୃତ୍ୟୁ

ଆସିକା : ତା ୧/୬ – ଆସିକା ବ୍ଳକ ଅନ୍ତର୍ଗତ ଡୁଙ୍କୁଣୀ ଗ୍ରାମର ଜନୈକ ବ୍ୟକ୍ତି ସଞ୍ଜୟ କୁମାର ନାୟକଙ୍କ ଏକ ଅଜଣା ବିଷଧର ସର୍ପାଘାତରେ ତା ୨୮.୦୫.୨୦୨୩ ରିଖରେ ମୃତ୍ୟୁବରଣ କରିଥିବାର ସୂଚ଼ନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ପ୍ରାୟ ୫୦ ବର୍ଷ ହେବ। ଉକ୍ତ ଦିନ ଅପରାହ୍ନ ୫:୦୦ ଘଣ୍ଟ ସମୟରେ ମଦୀୟ ବାସ ଭବନର ବାରୀପଟ କୃଷିକ୍ଷେତ୍ରରେ ଘାସ ଉପାଡିବା ସମୟରେ ଏକ ଅଜଣା ବିଷଧର ସର୍ପାଘାତରେ ସଞ୍ଜୟ ଅଚ଼େତ ହୋଇପଡିଥିଲେ। ଏହାର ସୂଚ଼ନା ପାଇ ତୁରନ୍ତ ପଡ଼ୋଶୀ ଏବଂ ତାଙ୍କର ଭ୍ରାତା ଶ୍ରୀ ବିଜୟ କୁମାର ନାୟକ ସରକାରୀ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ଅଟୋରିକ୍ସା ଯୋଗେ ଆସିକା ସରକାରୀ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚି଼କିତ୍ସିତ ନ ହୋଇପାରିବାରୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ରାତି ଘ. ୮: ୧୦ ମିନଟରେ ସେଠାରେ ଡାକ୍ତର ସଞ୍ଜୟଙ୍କ ମୃତ୍ୟୁ ଘୋଷଣା କରିଥିଲେ ଏବଂ ଶବକୁ ଶବଗୃହରେ ସଂରକ୍ଷିତ କରି ରଖିଥିଲେ। ତା ୨୯.୫.୨୦୨୩ ରିଖରେ ଏମ୍.କେ.ସି.ଜି. କର୍ତ୍ତୃପକ୍ଷ ଶବକୁ ପଞ୍ଚନାମା ଏବଂ ବ୍ୟବଚ୍ଛେଦ କରି ଅପରାହ୍ନ ଘ. ୨:୩୦ ମିନଟ୍ ସମୟରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ ଏବଂ ତାଙ୍କର ଶେଷକୃତ୍ୟ ବ୍ରହ୍ମପୁର ସ୍ଥିତ ଗୋକର୍ଣ୍ଣେଶ୍ବର ସ୍ବର୍ଗଦ୍ବାରରେ ପରିବାର ବର୍ଗ ତଥା ଜ୍ଞାତିକୁଟୁମ୍ବଙ୍କ ଉପସ୍ଥିତିରେ ସଂପନ୍ନ ହୋଇଥିଲା। ସ୍ବର୍ଗୀୟ ସଞ୍ଜୟ କୁମାର ନାୟକଙ୍କର ୧୦ ବର୍ଷର ଏକ ମାତ୍ର ପୁତ୍ର ଅଛନ୍ତି। ଈଶ୍ବର ତାଙ୍କର ବିଧବା ପତ୍ନୀ ଓ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଧୌର୍ଯ୍ୟ ଏବଂ ସାହାସ ଦିଅନ୍ତୁ।

Leave a Reply

Your email address will not be published. Required fields are marked *