ବିଷାକ୍ତ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ ।

ଫୁଲବାଣୀ:-୧୩/୦୭ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ବାରିକୁମ୍ପା ଗ୍ରାମରେ ଜଣେ ମହିଳାଙ୍କୁ ବିଷାକ୍ତ ସାପ କାମୁଡିବା ଦ୍ଵାରା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି ।ମିଳିଥିବା ସୂଚନା ଅନୁଯାୟୀ ଆଜି ରାତିରେ ବାରି କୂମ୍ପା ଗ୍ରାମର ସୁନାଫୁଲ ଜାନି (୪୦) ନାମକ ମହିଳା ଶୋଇଥିବା ବେଳେ କୌଣସି ଏକ ବିଷାକ୍ତ ସାପ କାମୁଡି ଦେଇଥିଲା ।ସାପ କାମୁଡିବା ଜାଣି ତାକୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।କିନ୍ତୁ ସେଠାରେ ମହିଳା ଜଣକ ଚିକିତ୍ସିତ ଅବସ୍ଥାରେ ଦିନ ୧୨:୨୫ ମିନିଟ ରେ ମୃତ୍ୟୁ ହୋଇ ଥିବା ନେଇ ସ୍ୱାମୀ ବାସୁଦେବ ଜାନି ଖଜୁରୀପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।ଏନେଇ ଖଜୁରୀପଡ଼ା ଥାନାରେ ୧୧/୨୧ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ପୋଲିସ ସୂତ୍ରରୁ ଜଣାପଡିଛି ।ଅନ୍ୟ ପକ୍ଷରେ ସୁନାଫୁଲ ଜାନି ର ଛୋଟ ଛୋଟ ୪ପୁଅ ଝିଅ ମାଆ ଛେଉଣ୍ଡ ହୋଇ ଯାଇଥିବା ଯୋଗୁଁ ସେମାନଙ୍କୁ ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସହଯୋଗର ହାତ ବଢ଼ାଇ କୌଣସି ଆବାସିକ ବିଦ୍ୟାୟରେ ଥଇଥାନ ବ୍ୟବସ୍ତା କରିବାକୁ ଓ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି।