ଫଳକରେ ତ୍ରୁଟିକୁ ନେଇ ଜନ ଅସନ୍ତୋଷ

ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଧାୟକଙ୍କ ଫଳକରେ ତ୍ରୁଟିକୁ ନେଇ ଜନ ଅସନ୍ତୋଷ। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଯାହାକି ରାଇକିଆ ଟିକାବାଲି,ଉଦୟଗିରି ,ଦାରିଂବାଡ଼ି ଏହିଭଳି ଚାରି ଗୋଟି ବ୍ଲକ କୁ ନେଇ ଗଠିତ। 30/5/23 ତାରିଖ ରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ କରକମଳ ରେ ରାଇକିଆ ଥାନା ଅନ୍ତର୍ଗତ ଗମାଣ୍ଡି ଗ୍ରାମ ଓ ଘୁ. ଉଦୟଗିରି ସ୍ଥିତ ମାଲାଙ୍ଗ ସୁଗା ଛକ ଠାରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଶିଳାନ୍ୟାସ ଉତ୍ସବ ଉଦ୍ଘାଟିତ କରାଯାଇଥିଲା। ଏହି ଅବସରରେ ଶିଳାନ୍ୟାସ ଫଳକରେ ଉଦୟଗିରି ନିର୍ବାଚନ ମଣ୍ଡଳୀ ର ବିଧାୟକ ବଦଳ ରେ ଦାରିଙ୍ଗବାଡ଼ି ନିର୍ବାଚନ ମଣ୍ଡଳୀ ବୋଲି ଉଲ୍ଲେଖ ହୋଇ ଥିବାର ଦେଖା ଦେଇଥିଲା ଯାହାକି ଅତ୍ୟନ୍ତ ଚିନ୍ତା ଓ ଲଜ୍ୟା ଜନକ ଘଟଣା I ଏହା ଜାଣିଶୁଣି କରାଯାଇଛି ନା ଅଜାଣତରେ ହୋଇଛି ?? ନିର୍ବାଚନ ମଣ୍ଡଳୀରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଲେଖା ଯାଇଛି କି ?? ଏତେ ବଡ଼ ତ୍ରୁଟି କେମିତି ହେଲା ?? ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ବିଧାୟକ ନା ଦାରିଙ୍ଗବାଡ଼ି ବିଧାନସଭା କ୍ଷେତ୍ରର ବିଧାୟକ ?? ଯାହାର ଉତ୍ତର ପାଇବାକୁ ଚାହୁଁଛନ୍ତି ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ଜନସାଧାରଣ I ଦାୟୀତ୍ୱରେ ଥିବା କର୍ମଚାରୀ କିମ୍ବା କର୍ମକର୍ତ୍ତା ଏହାର ଉତ୍ତର ଦେବେ କି ?? ହୁଏ ତ ଯାହା ପାଇଁ ସ୍ଥାନୀୟ ବିଧାୟକ ଘୁ.ଉଦୟଗିରି ଅଞ୍ଚଳର ବିକାଶ ପାଇଁ ସେତେଟା ଆଗ୍ରହ ଦେଖାଉ ନାହାନ୍ତି ବୋଲି ଅଞ୍ଚଳବାସୀ କୁହାକୁହି ହେଉଥିବାର ଶୁଣିବାକୁ ମିଳୁଛି I ଯାହା ଫଳ ରେ ଅନ୍ୟ ବ୍ଲକ ଗୁଡ଼ିକ ପ୍ରତି ଅବହେଳା/ଅଣଦେଖା ନୂତନ କଥା ନୁହେଁ I ଘୁ.ଉଦୟଗିରି ବିଧାନସଭା କ୍ଷେତ୍ର ବୃହତ୍ତମ ଓ ସର୍ବପୁରାତନ ବିଧାନସଭା କ୍ଷେତ୍ର I ଏହି ବିଧାନସଭା କ୍ଷେତ୍ରକୁ ଅପମାନିତ କରିବା ଦୁର୍ଭାଗ୍ୟ ଜନକ ଘଟଣା ବୋଲି ଅଞ୍ଚଳ ଵାସୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି ।ରାଇକିଆ ରୁ ନୃସିଂହ ଚରଣ ଦାଶ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *