ଅକସ୍ମାତ ଫୁଲୁଛି ମହିଳାଙ୍କ ଗୋଡ଼, ସରକାରୀ ସହାୟତା ପାଇଁ କଲେ ନିବେଦନ….

ଫୁଲବାଣୀ:-୧୩/୦୭ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବଦୁଙ୍ଗିଆ ଗ୍ରାମର ମାର୍ଗ ମଳିକଙ୍କ ଝିଅ ମନଜିନି ମଳିକ (୩୪) I କିଛି ବର୍ଷ ହେଲା ଡ଼ାହାଣ ଗୋଡ଼ ଧୀରେ ଧୀରେ ଫୁଲିବାରେ ଲାଗିଛି I ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ସଠିକ ଚିକିତ୍ସା କରାଇବା ସମ୍ଭବପର ହୋଇପାରୁନ ଥିବା ପରିବାର ଲୋକ କହିଛନ୍ତି Iମୂଲ ଲାଗି ପେଟ ପୋଷୁଥିବା ବାପା ଯାହା କିଛି ପଇସା ଗଛିତ ରଖିଥିଲେ ମେଡ଼ିକାଲ ଖର୍ଚ୍ଚରେ ସାରିଦେଲେ I ବର୍ତ୍ତମାନ ତାଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକ ରହିଥିବା ବେଳେ ସରକାରଙ୍କ ସହାୟତାକୁ ଅପେକ୍ଷା କରି ବସିଛନ୍ତି ମାନଜିନି ମଲିକ ଏବଂ ପରିବାର ଲୋକ I ଗତ ସୋମବାର ଦିନ ଦାରିଙ୍ଗବାଡି ସମିତି ଅଧ୍ୟକ୍ଷା ରୁଦା ମଳିକ ବୁଡ଼ାଗୁଡ଼ା ପଞ୍ଚାୟତର ବଦୁଙ୍ଗିଆ ଗ୍ରାମ ପରିଦର୍ଶନରେ ଯାଇଥିବା ବେଳେ ଗାଁ ଲୋକେ ମନଜିନି ମଳିକଙ୍କ ସମସ୍ୟା ସମ୍ପର୍କରେ ସୂଚନା ଦେଇ ସରକାରଙ୍କ ସୁବିଧା ତାଙ୍କୁ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରିଥିଲେ I ବ୍ଲକ ଅଧ୍ୟକ୍ଷା ମନଜିନିଙ୍କ ସମସ୍ତ କଷ୍ଟ ଦୁଃଖ ଓ ଅସୁବିଧା ବୁଝିବା ସହ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି I