ବାହାନଗା ଟ୍ରେନ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ଓ ୯୦୦ରୁ ଉର୍ଦ୍ଧ ଆହତ

ସୋର,୩।୬: ବାଲେଶ୍ୱର ଜିଲ୍ଲା ଷ୍ଟେଶନ ନିକଟବର୍ତ୍ତୀ ବାହାନଗଠାରେ ଗତ ଶୁକ୍ରବାର ସନ୍ଧ୍ୟାରେ ୨ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚଛି । ଏଥିସହ ଆହତଙ୍କ ସଂଖ୍ୟା ୯୦୦ରୁ ଅଧିକ ହେବାର ଜଣାପଡିଛି। ଆହତଙ୍କୁ ବାଲେଶ୍ୱର ଜିଲା ବିଭିନ୍ନ ଡାକ୍ତରଖାନା ସମେତ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକ, ପ୍ରଶାସନିକ ଟିମ ସହ ସ୍ବେଚ୍ଛାସେବୀ ଉଦ୍ଧାର କାମରେ ନିୟୋଜିତ ଅଛନ୍ତି।

Leave a Reply

Your email address will not be published. Required fields are marked *