ଗୁହାଳ ଘରେ ବିତୁଛି ଜୀବନ

ତାଳଚେର – ଘଟଣାଟି ଶୁଣି ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ କାହିଁକି ନା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଅରପାଳ ଅନ୍ତର୍ଗତ କୁକୁଡ଼ାଙ୍ଗ ପଞ୍ଚାୟତ ତେଣ୍ଟୋଇ ଗ୍ରାମରେ। ଗୁହାଳ ଘର ଭିତରେ କାଟୁଛି ରାତି ଓ ଗଛ ମୂଳରେ ରୋଷେଇ କରି ପରିବାର କୁ ଖାଇବାକୁ ଦେଉଛନ୍ତି ସଞ୍ଜୁ ନାୟକ । ସୂଚନା ଅନୁଯାଇ ଟେଣ୍ଟୋଇ ଗ୍ରାମର ବାସିନ୍ଦା ହେଉଛନ୍ତି ସଞ୍ଜୁ ନାୟକ ଓ ତାଙ୍କ ସ୍ଵାମୀ ଭଞ୍ଜ ନାୟକ ଓ ତିନୋଟି ଝିଅ ଓ ଦୁଇଟି ପୁଅ ପରିବାର କହିଲେ ସାତ ଜଣ ସଦସ୍ୟ । ସଞ୍ଜୁ ଙ୍କ ସ୍ବାମୀ ଦିନ ମଜୁରିଆ ଭାବେ କାମ କରନ୍ତି । ସଞ୍ଜୁ ଙ୍କ କହିବା ଅନୁଯାୟୀ ପ୍ରାୟ ପାଞ୍ଚ ଛଅ ମାସ ହେବ ସେ ରହୁଥିବା ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ଯାହା ଫଳରେ ସେ ପାଖରେ ଥିବା ଗୋଟେ ଗୁହାଳ ଘର ଭିତରେ ପରିବାରକୁ ନେଇ ଜୀବନ କାଟୁଛନ୍ତି ଏ ନେଇ ସ୍ଥାନୀୟ ସରପଞ୍ଚ ଓ ବ୍ଲକ୍ ରେ ଅଭିଯୋଗ କରିଥିଲେ ମଧ୍ୟ କେହି କିଛି ଶୁଣୁନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସଞ୍ଜୁ ନାୟକ । ଏଥି ପ୍ରଶ୍ନ ଉଠିଛି କି ସରକାର ଗରିବ ଅସହାୟ ମାନଙ୍କ ପାଇଁ ମାଳ ମାଳ ଯୋଜନା କରୁଥିବା ବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି କାହିଁକି । ତେବେ ଦେଖିବାକୁ ବାକି ଯେ ସରକାର କେବେ ଏହିଭଳି ଗରିବ ଅସହାୟ ଅବସ୍ଥାରେ ଥିବା ପରିବାରର ଦୁଃଖ କେବେ ବୁଝିବେ ତାହା ଦେଖିବାକୁ ବାକି ।